ଓଡିଶା

odisha

ETV Bharat / bharat

ମହାଋଷି ବାଲ୍ମିକୀଙ୍କ ଜୟନ୍ତୀରେ ଶ୍ରଦ୍ଧଞ୍ଜଳି ଦେଲେ ମୋଦି - ମହାଋଷି ବାଲ୍ମିକୀଙ୍କ ଜୟନ୍ତୀ

ଆଜି(ବୁଧବାର) ମହାଋଷି ବାଲ୍ମିକୀଙ୍କ ଜୟନ୍ତୀ । ଏହି ଅବସରରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Oct 20, 2021, 1:30 PM IST

ନୂଆଦିଲ୍ଲୀ: ଆଜି(ବୁଧବାର) ମହାଋଷି ବାଲ୍ମିକୀଙ୍କ ଜୟନ୍ତୀ । ଏହି ଅବସରରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ଦେଶର ସମୃଦ୍ଧ ଅତୀତ ଓ ଗୌରବମୟ ସଂସ୍କତିରେ ବାଲ୍ମିକୀଙ୍କର ଅବଦାନକୁ ମନେ ପକାଇଛନ୍ତି ମୋଦି ।

ଟ୍ବିଟ କରି ମୋଦି କହିଛନ୍ତି, ବାଲ୍ମିକୀଙ୍କର ସାମାଜିକ ସଶକ୍ତିକରଣ ଉପରେ କାର୍ଯ୍ୟ ଆମକୁ ସବୁବେଳେ ପ୍ରେରଣା ଦେବ । ଏହା ସହିତ ପୂର୍ବ ବର୍ଷ 'ମନ କି ବାତ' କାର୍ଯ୍ୟକ୍ରମରେ ବାଲ୍ମିକୀଙ୍କୁ ନେଇ ପ୍ରସାରିତ ହୋଇଥିବା ଏକ ଅଡିଓ କ୍ଲିପ ସେୟାର କରିଥିଲେ ଯେଉଁଥିରେ ମହାଋଷି ବାଲ୍ମିକୀଙ୍କ ବିଷୟରେ ବର୍ଣ୍ଣନା ହୋଇଥିଲା । ଗତ ବର୍ଷ ଅକ୍ଟୋବର 25ରେ 'ମନ କି ବାତ 2.0ର 17ତମ ଏପିସୋଡରେ ପିଏମ ମୋଦି କହିଥିଲେ, ମହାଋଷି ବାଲ୍ମିକୀଙ୍କ ଉଚ୍ଚ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଓ ଶକ୍ତି ଦେଇଛି । ଦରିଦ୍ର ଏବଂ ଦଳିତଙ୍କ ଭରସା ଋଷି ବାଲ୍ମିକୀ ।

ସେ ଆହୁରି କହିଛନ୍ତି ଯାହାର ଇଚ୍ଛା ଶକ୍ତି ଥାଏ, ସେ ସହଜରେ କିଛି ବି ହାସଲ କରିପାରିବ। ଇଚ୍ଛା ଶକ୍ତି ହିଁ ଅନେକ ଯୁବକଙ୍କୁ ଅସାଧାରଣ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ । ମହାଋଷି ବାଲ୍ମିକୀ ସକରାତ୍ମକ ଚିନ୍ତାଧାରା ଉପରେ ଗୁରୁତ୍ବାରୋପ କରିଥିଲେ । ତାଙ୍କ ପାଇଁ ସେବା ତଥା ମାନବିକ ସମ୍ମାନର ଗୁରୁତ୍ବ ଅଧିକ ରହିଥିଲା ।

ତାଙ୍କ ଆଚରଣ, ଚିନ୍ତାଧାରା ଏବଂ ଆଦର୍ଶ ହେଉଛି ଏକ ନୂତନ ଭାରତ ପାଇଁ ପ୍ରେରଣା ଏବଂ ମାର୍ଗଦର୍ଶକ । ଆମେ ମହାଋଷିଙ୍କ ନିକଟରେ ସର୍ବଦା କୃତଜ୍ଞ ବୋଲି କହିଛନ୍ତି ମୋଦି । ସେ ଆହୁରି କହିଛନ୍ତି ଭବିଷ୍ୟତ ପିଢିକୁ ମାର୍ଗଦର୍ଶନ କରିବା ପାଇଁ ରାମାୟଣ ପରି ଏକ ଉପନ୍ୟାସ ରଚନା କରିଛନ୍ତି । ପ୍ରତିବର୍ଷ ଆଶ୍ବିନ ମାସର ପୂର୍ଣ୍ଣିମା ଦିନ ବାଲ୍ମିକୀଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଥାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details