ନୂଆଦିଲ୍ଲୀ/ଜାକର୍ତା:ଇଣ୍ଡୋନେସିଆର ବାଲିରେ (G20 Summit in Bali) ଚାଲିଥିବା 17ତମ ଜି-20 ସମ୍ମିଳନୀର ଆଜି ଉଦଯାପିତ ହୋଇଛି । ସମ୍ମିଳନୀ ଶେଷରେ ନୂଆଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଜି-୨୦ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ବାଲିରେ ଥିବା ହେନ୍ତାଳ ବଣ ବୁଲିବା ସହ ବୃକ୍ଷରୋପଣ କରିଥିଲେ । ଶେଷରେ ଅନ୍ତିମ ପ୍ରକ୍ରିୟା ଭାବେ ଚଳିତ ସମ୍ମିଳନୀର ଘୋଷଣାନାମା ମଧ୍ୟ ପ୍ରକାଶ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:-ଜି-20 ସମ୍ମିଳନୀର ଦ୍ବିତୀୟ ଦିନ, ବଣ ବୁଲିଲେ ବୃଷରୋପଣ କଲେ ପ୍ରଧାନମନ୍ତ୍ରୀ
ଆଜି ଉଦଯାପନୀ ସମାରୋହରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ଆୟୋଜନ ପାଇଁ ଆୟୋଜକ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ରାଷ୍ଟ୍ରପତି ଓ୍ବିଡୋଡୋଙ୍କ କୁଶଳ ଓ ପ୍ରଭାବୀ ନେତୃତ୍ବରେ ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ସେହିପରି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ବାଲି ଘୋଷଣାନାମା (Bali Declaration) ପାଇଁ ମଧ୍ୟ ଧନ୍ୟବାଦ ଦେଇଥିଲେ ।