ନୂଆଦିଲ୍ଲୀ: ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଆଜି(ଶୁକ୍ରବାର) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫ଜି ୟୁଜିକେସ ଲ୍ୟାବ୍ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବେ । ଏହି ପରୀକ୍ଷାଗାରଗୁଡିକ 100 ୫ଜି ଲ୍ୟାବ୍ ଇନିସିଏଟିଭ ଅଧୀନରେ ବିକଶିତ ହୋଇଛି ।
‘100 ୫ଜି ଲ୍ୟାବ ଇନିସିଏଟିଭ’ ୫ଜି ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ବିଷୟକୁ ବୁଝିବା ଓ 5ଜି ପ୍ରୟୋଗ ଦ୍ବାରା ବିଭିନ୍ନ ପଦ୍ଧତିର ଦେଶ ଓ ଦେଶ ବାହାରେ ପ୍ରୟୋଗ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ଦିଷ୍ଟ। ଏହି ଅନନ୍ୟ ପଦକ୍ଷେପ ଯୋଗୁ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଶକ୍ତି, ପରିବହନ ଇତ୍ୟାଦି ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ନବୋନ୍ମେଷ ଆଣିବା ସହ ଦେଶକୁ ୫ଜି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଗ୍ରଣୀ କରାଇବ । ଏହା ମଧ୍ୟ ଦେଶକୁ ଆଗାମୀ ୬ଜି ଶିକ୍ଷା ଓ ଷ୍ଟାର୍ଟଅପ୍ ବାତାବରଣର ଭିତ୍ତିଭୂମି ନିର୍ମାଣ ଦିଗରେ ସାହାଯ୍ୟ କରିବ । ଏହା ଜାତୀୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଦେଶୀୟ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ମଧ୍ୟ ବିକାଶ ଘଟାଇବ । ଭାରତୀୟ ମୋବାଇଲ କଂଗ୍ରେସ(IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଅକ୍ଟୋବର 27ରୁ 29, 2023 ପର୍ଯ୍ୟନ୍ତ ଚାଲିବ। ଭାରତର ଦୂରସଞ୍ଚାର ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସମ୍ପର୍କରେ ଏଥିରେ ଆଲୋକପାତ କରାଯିବ। ଏହା ଷ୍ଟାର୍ଟଅପ ଗୁଡିକୁ ସେମାନଙ୍କ ନବୋନ୍ମେଷଜନିତ ଉତ୍ପାଦନ ଓ ସମାଧାନ ଦିଗରେ ମଧ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।
ଅଧିକ ପଢନ୍ତୁ- PM Visit Goa: ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗସ୍ତ