ଓଡିଶା

odisha

ETV Bharat / bharat

DGP Conference in New Delhi: ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି - ଡିଜି ସମ୍ମିଳନୀ

କେନ୍ଦ୍ର ସରକାର ବର୍ତ୍ତମାନ ଦେଶର ପୋଲିସ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ତଥା, ଦକ୍ଷତା, ଉନ୍ନତ ତାଲିମ ଆଧୁନିକ ଭିତ୍ତିଭୂମି ସହ ଜ୍ଞାନ କୌଶଳରେ ପରିବର୍ତ୍ତନକୁ ଜୋର ଦେଉଛନ୍ତି । ଯେଉଁଥିପାଇଁ 2014 ପରଠାରୁ ଖୋଦ ନିଜେ ପ୍ରଧାନମନ୍ତ୍ରୀ ମୋଦି ଡିଜିପି ସମ୍ମିଳନୀରେ ସାମିଲ ହୋଇ ସିଧାସଳଖ ଆଲୋଚନା କରୁଛନ୍ତି ।

Etv Bharat
Etv Bharat

By

Published : Jan 21, 2023, 7:12 AM IST

ନୂଆଦିଲ୍ଲୀ: ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲିସ ଡିଜି ଓ ଆଇଜି ସମ୍ମିଳନୀକୁ ସମ୍ବୋଧିତ କରିବେ । ଗତକାଲି( ଶୁକ୍ରବାର) ଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀ ଆସନ୍ତା 22ରେ ଉଦଯାପିତ ହେବ । ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ ।

ପୋଲିସ ଡିଜି ସମ୍ମିଳନୀରେ ସାଇବର ଅପରାଧ, ପୋଲିସ ଆଧୁନିକୀରଣ, ଆତଙ୍କବାଦ, ମାଓବାଦୀ ଜେଲ ବ୍ୟବସ୍ଥାରେ ପରିବର୍ତ୍ତନ ସମେତ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଓ ଜ୍ଞାନ କୌଶଲ ସମ୍ପର୍କରେ ଆଲୋଚନା ହେବ । ଏହାସହ ଦେଶର ସୁରକ୍ଷା ନେଇ ସାମ୍ଭାବ୍ୟ ଆହ୍ବାନର ମୁକାବିଲା ପାଇଁ ମଧ୍ୟ କେନ୍ଦ୍ର ସରକାର ପୋଲିସ ଡିଡିଙ୍କୁ ବିଭିନ୍ନ ପରାମର୍ଶ ଦେବେ । ସେହିପରି ରାଜ୍ୟ ରାଜ୍ୟ ମଧ୍ୟରେ ବିଭିନ୍ନ ସମସ୍ୟା, ନିଶା କାରବାର, ସାଇବର ଅପରାଧରେ ତଥ୍ୟ ଆଦାନ ପ୍ରଦାନକୁ ଆହୁରି ଶକ୍ତ ଓ ସୁବିଧା କରିବା ପାଇଁ ନୂଆ ରଣନୀତିରେ ଆଲୋଚନା ହେବ ।

କେନ୍ଦ୍ର ସରକାର ବର୍ତ୍ତମାନ ଦେଶର ପୋଲିସ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ତଥା, ଦକ୍ଷତା, ଉନ୍ନତ ତାଲିମ ଆଧୁନିକ ଭିତ୍ତିଭୂମି ସହ ଜ୍ଞାନ କୌଶଳରେ ପରିବର୍ତ୍ତନକୁ ଜୋର ଦେଉଛନ୍ତି । ଯେଉଁଥିପାଇଁ 2014 ପର ଠାରୁ ଖୋଦ ନିଜେ ପ୍ରଧାନମନ୍ତ୍ରୀ ମୋଦି ଡିଜିପି ସମ୍ମିଳନୀରେ ସାମିଲ ହୋଇ ସିଧାସଳଖ ଆଲୋଚନା କରୁଛନ୍ତି । ଏହାସହ ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ସେମାନଙ୍କର ବିଚାର ପରାମର୍ଶ ମାଗୁଛନ୍ତି । ଯାହାଦ୍ବାରା ବାସ୍ତବ ସମସ୍ୟାକୁ ସମାଧାନ କରାଯାଇ ପାରିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ।

ଗତକାଲି ଡିଜିପି ସମ୍ମିଳନୀର ପ୍ରଥମ ଦିନରେ ଦେଶର ବିଭିନ୍ନ ଶ୍ରେଷ୍ଠ ଥାନା, ଶ୍ରେଷ୍ଠ ଥାନା ଅଧିକାରୀଙ୍କୁ ପୁରସ୍କୃତ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ଓଡିଶାର ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେଶର ଶ୍ରେଷ୍ଠ 3 ଥାନା ମଧ୍ୟରେ ପୁରସ୍କୃତ ହୋଇଛି । ବର୍ଷ 2022 ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀ କୃଷି ବିଜ୍ଞାନ ଭବନ ପରିସରରେ ହେଉଥିବା ଏହି 3 ଦିବସୀୟ ପୋଲିସ ଡିଜି ସମ୍ମିଳନୀରେ ଆଜି ମଧ୍ୟ ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ପୋଲିସ ମହାନିରୀକ୍ଷକ(ଆଇଜି) କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟ, ଗୁଇନ୍ଦା ଅଧିକାରୀ, ର’ ଅଧିକାରୀ, ଏଏନଆଇଏ ମୁଖ୍ୟଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସାମିଲ ହେବେ ।

ଇଟିଭି ଭାରତ, ନୂଆଦିଲ୍ଲୀ

ABOUT THE AUTHOR

...view details