ଓଡିଶା

odisha

ETV Bharat / bharat

Presidential Polls: ଲୋକତନ୍ତ୍ରକୁ ବଞ୍ଚାଇ ରଖିବାକୁ ମୋତେ ଭୋଟ୍‌ ଦିଅନ୍ତୁ - କେନ୍ଦ୍ର ଉପରେ ବର୍ଷିଲେ ଯଶୋବନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା(Yashwant Sinha) । ଅଧିକ ପଢନ୍ତୁ

presidential polls elect me to save democracy says yashwant sinha
ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା

By

Published : Jul 18, 2022, 2:31 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟ ବିଧାନସଭା ଓ ସଂସଦରେ ଚାଲିଛି ମତଦାନ । ରାଇସିନା ରେସ୍‌ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ଯଶୋବନ୍ତ କହିଛନ୍ତି, "ଏହା ରାଜନୈତିକ ଲଢେଇ ନୁହେଁ ବରଂ ଅସାମ୍ବିଧାନିକ ଭାବେ ସରକାରୀ ଏଜେନ୍ସି ଗୁଡିକର ଉଦ୍ଦେଶ୍ୟମୂଳକ ଭାବେ ସକ୍ରିୟତା ବିରୋଧରେ ଲଢେଇ । ଲୋକତନ୍ତ୍ରକୁ ବଞ୍ଚାଇବାକୁ(Save Democracy) ମୋତେ ଭୋଟ୍‌ ଦିଅନ୍ତୁ । ଏଠି ଟଙ୍କାର ଖେଳ ଚାଲିଛି । ଆଶା କରୁଛି ମୋତେ ସେମାନେ ଭୋଟ ଦେବେ ।"

ସେ ଆହୁରି କହିଛନ୍ତି, "ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦେଶର ଗଣତନ୍ତ୍ର ପାଇଁ ଏହା ପଥ ସ୍ଥିର କରିବ । ଆଗାମୀ ଦିନରେ ଏହା ଦିଗ ନିର୍ଣ୍ଣୟ କରିବ କି ଭାରତରେ ଗଣତନ୍ତ୍ର ବଞ୍ଚିବ ନା ସମାପ୍ତ ହୋଇଯିବ ? ଏବେ ଯେଉଁ ସଙ୍କେତ ମିଳୁଛି ଲାଗୁଛି ଆମେ ସମାପ୍ତି ଆଡକୁ ଯାଉଛେ ।" ଏହା କହିବା ସହ ଭୋଟରଙ୍କୁ ସେମାନଙ୍କ ହୃଦୟ କଥା ଶୁଣିବାକୁ ଅନୁରୋଧ କରିଛନ୍ତି ଯଶୋବନ୍ତ ସିହ୍ନା । ଏହା ଏକ ଗୁପ୍ତ ମତଦାନ । ଆଶା କରୁଛି ସେମାନେ ତାଙ୍କ ବିବେକ ଅନୁସାରେ ଭାବିବେ ଆଉ ଲୋକତନ୍ତ୍ରକୁ ବଞ୍ଚାଇବାକୁ ମୋତେ ଭୋଟ ଦେଇ ମନୋନୀତ କରିବେ । ବିଜେପି ପାଖରେ ବହୁମତ ଥିବାରୁ ଦ୍ରୌପଦୀଙ୍କ ବିଜୟ ନିଶ୍ଚିନ୍ତ ଏ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଯଶୋବନ୍ତ କହିଛନ୍ତି ତେବେ ନିର୍ବାଚନ କାହିଁକି ହେଉଛି ବିଜୟୀଙ୍କ ନାମ ଘୋଷଣା କରିଦିଅନ୍ତୁ ଅଜଥା ଦିନ କାହିଁକି ବର୍ବାଦ କରାଯାଉଛି ।

ପ୍ରକାଶ ଥାଉ କି, ସର୍ବବୃହତ ଗଣତାନ୍ତ୍ରିକ ଦେଶର ପଞ୍ଚଦଶ ରାଷ୍ଟ୍ରପତି ପାଇଁ NDAରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ମୋଟ ୪୮୦୯ ସାଂସଦ ଓ ବିଧାୟକ ମତ ସାବ୍ୟସ୍ତ କରି ଦେଶର ପ୍ରଥମ ନାଗରିକଙ୍କୁ ବାଛୁଛନ୍ତି । ଆଜି ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ଚାଲିବ । ଆସନ୍ତା ୨୧ ତାରିଖରେ ଦିଲ୍ଲୀରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ABOUT THE AUTHOR

...view details