ଓଡିଶା

odisha

ETV Bharat / bharat

ଆଜି ଜନ୍ମ ନେଇଥିଲା ଦେବଭୂମି, ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - president

ଆଜି ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉତ୍ତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Nov 9, 2021, 11:27 AM IST

ନୂଆଦିଲ୍ଲୀ:ଆଜି ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ । 2000 ମସିହା ଆଜିର ଦିନରେ ଏହି ଦେବଭୂମି ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଉତ୍ତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ସରଳ ଜୀବନ ଶୈଳୀ, ବିଶ୍ବସନୀୟ ଏବଂ ବିନମ୍ରତା ପାଇଁ ପ୍ରସିଦ୍ଧ ଉତ୍ତରାଖଣ୍ଡର ଲୋକ ନିଜ ପରିଶ୍ରମରେ ରାଜ୍ୟକୁ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ କରିଛନ୍ତି । ଏହି ଶୁଭ ଅବସରରେ ସମସ୍ତଙ୍କ ଉଜ୍ବଳ ଓ ସମୃଦ୍ଧ କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ପ୍ରତିଷ୍ଠା ଦିବସ ଅବସରରେ ଦେବଭୂମିବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଗତ ୫ ବର୍ଷ ହେବ ପ୍ରଦେଶ ଯେଉଁ ଭଳି ଭାବରେ ଅଗ୍ରଗତି କରିଛି ମୋତେ ବିଶ୍ବାସ ଅଛି ଦଶବର୍ଷ ଧରି ଏହା ଜାରି ରହିବ’ । ସେ ଆହୁରି କହିଛନ୍ତି ଉତ୍ତରାଖଣ୍ତରେ ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ଏହା ପ୍ରମାଣିତ କରୁଛି ଯେ, ପାହାଡ, ପାଣି ଓ ଯୁବଗୋଷ୍ଠୀ ସମସ୍ତେ କାର୍ଯ୍ୟ କରୁଛନ୍ତି । ପ୍ରକୃତି କୋଳରେ ଥିବା ଏହି ରାଜ୍ୟ ଏମିତି ହିଁ ବିକାଶ ପଥରେ ନିରନ୍ତର ଅଗ୍ରଗତି କରୁ ବୋଲି କହିଛନ୍ତି ମୋଦି ।

୨୦୦୦ ମସିହାରେ ଉତ୍ତରପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରୁ ଏହାକୁ ଅଲଗା କରାଯାଇ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା । ଆସନ୍ତା ବର୍ଷ ଆରମ୍ଭରେ ଅନ୍ୟ ଚାରୋଟି ରାଜ୍ୟ ସହିତ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରକାଶ ଥାଉ କି ନିକଟରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଗସ୍ତ କରିଥିଲେ । ସେଠାରେ ଦେଶର ସୁରକ୍ଷା ପାଇଁ ମହାରୁଦ୍ରାଭିଷେକ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details