ଓଡିଶା

odisha

ETV Bharat / bharat

UP ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଆଜି ୟୁପି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ(special session of the Uttar Pradesh Legislature)କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ୟୁପି ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି
ୟୁପି ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

By

Published : Jun 6, 2022, 10:09 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ପୂର୍ବାହ୍ନ୧୧ଟାରେ ୟୁପି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ(special session of the Uttar Pradesh Legislature)କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଏ ଅବସରରେ ଉଭୟ ଗୃହର ସଦସ୍ୟ ଉପସ୍ଥିତ ରହିବେ । ସ୍ବାଧୀନତାର ଅମୃତ ମହୋତ୍ସବ ଅଧିନରେ ଏହା ଆୟୋଜିତ ହେଉଛି ।

ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବା ପାଇଁ ୧୦ଟା ୩୦ରେ ରାଷ୍ଟ୍ରପତି ରାଜଭବନରୁ ବାହାରିବେ କୋବିନ୍ଦ । ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ବିଧାନ ଭବନରେ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Chief Minister Yogi Adityanath), ବାଚସ୍ପତି ସତିଶ ମହାନା (Assembly Speaker Satish Mahana) ଓ ବିଧାନ ପରିଷଦ ଅଧ୍ୟକ୍ଷ କୁନୱର ମନଭେନ୍ଦ୍ର ସିଂ ତାଙ୍କୁ ଭବ୍ୟ ସ୍ବାଗତ କରିବେ । ଏହାସହ ବିରୋଧି ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

ସେଠାରେ ସେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବା ସହ ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ । ପରେ ରାଜ ଭବନକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଏ ସ୍ବତନ୍ତ୍ର କାର୍ଯ୍ୟକ୍ରମପେ ଯୋଗ ଦେବା ପାଇଁ ରବିବାର ସଂନ୍ଧ୍ୟାରେ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସେଠାରେ ସ୍ବାଗତ କରିଥିଲେ । ପରେ ସେ ସେଠାରୁ ସେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜଭବନକୁ ଯାଇଥିଲେ ।

ABOUT THE AUTHOR

...view details