ଓଡିଶା

odisha

ETV Bharat / bharat

ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - president ramnath kovind

ଟେବୁଲ ଟେନିସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଭାବିନା । ଏନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Aug 29, 2021, 10:44 AM IST

Updated : Aug 29, 2021, 2:57 PM IST

ନୂଆଦିଲ୍ଲୀ:ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଭାବିନାବେନ୍ ପଟେଲ୍‌ । ଟେବୁଲ ଟେନିସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଭାବିନା । ଏନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବିନାଙ୍କ ଅଭୂତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଖେଳପ୍ରିୟଙ୍କ ପାଇଁ ଭାରତୀୟ କଣ୍ଟିଜେଣ୍ଟ ଭାବିନା ପଟେଲ ପାରାଅଲିମ୍ପିକ୍ସରେ ରୌପ୍ୟ ଜିତିଛନ୍ତି । ତୁମର ଅସାଧାରଣ ନିଷ୍ଠା ଏବଂ କୌଶଳ ଭାରତ ପାଇଁ ଗୌରବ ଆଣି ଦେଇଛି ବୋଲିି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଦେଇଛନ୍ତି । ଭାରତର ଝିଅ ଭାବିନା ପଟେଲ ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ଦେଶପାଇଁ ରୂପା ପଦକ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପ୍ରେରଣାଦାୟକ ଏବଂ ଆଗକୁ ଯୁବପିଢିଙ୍କୁ କ୍ରୀଡା ଆଡକୁ ଆକର୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଟିଟିରେ ସଫଳତା ହାସଲ କରିଥିବା ଗୁଜୁରାଟ ତଥା ଭାରତର ଗର୍ବ ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଭାବିନାଙ୍କ ସଫଳତା ପାଇଁ ଦିବ୍ୟାଙ୍ଗ ଖେଳ ରତ୍ନ ପ୍ରୋତ୍ସାହନରେ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜୁରାଟ ସିଏମ ।

ଭାବିନାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୁମର ଦୃଢତା ଓ ସଫଳତା ଏନେକଙ୍କୁ ପ୍ରେରଣା ଦେବ ବୋଲି ଟ୍ବିଟ କରି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି ପୁଣି ଥରେ ଭାରତର ଝିଅ ଇତିହାସ ରଚିଛନ୍ତି । ରୌପ୍ୟ ଜିତି ଦେଶର ନାଁ ଆଗକୁ ନେଇଥିବା ଭାବିନାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଦେଶକୁ ଭାବିନା ଗର୍ବିତ କରିଥିବା କଥା କହିଛନ୍ତି ଭାବିନା ।

ପ୍ରକାଶ ଥାଉ କି, ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍‌ର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥିଲେ । ସ୍ବର୍ଣ୍ଣ ପଦକରୁ ଅଳ୍ପକେ ରହି ରୌପ୍ୟ ପଦକ ଜିତିଛନ୍ତି ଭାବିନା । ପ୍ରଥମ ଥର ପାଇଁ ପାରାଆଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି । ଅନ୍ୟପକ୍ଷରେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଆଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 29, 2021, 2:57 PM IST

ABOUT THE AUTHOR

...view details