ଓଡିଶା

odisha

ETV Bharat / bharat

ସ୍ବତନ୍ତ୍ର ପ୍ରେସିଡେଣ୍ଟାଲ ଟ୍ରେନରେ କାନପୁର ଯାତ୍ରା କଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଏହି ଯାତ୍ରାର ସମୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ଏହି ଟ୍ରେନ ଦିଲ୍ଲୀରୁ 1.30 ପରିବର୍ତ୍ତେ 12.45ରେ ଛାଡିଛି । ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ରେଳମନ୍ତ୍ରୀ ପିୟୁଷ ଗୋଏଲ, ରେଳବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନିତ ଶର୍ମା ପ୍ରମୁଖ ବିଦାୟ ଦେଇଥିଲେ ।

President Ram Nath Kovind
President Ram Nath Kovind

By

Published : Jun 25, 2021, 1:44 PM IST

ନୂଆଦିଲ୍ଲୀ:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ କାନପୁର ଓ ଲକ୍ଷ୍ନୌ ଯାତ୍ରା କରିଛନ୍ତି । ଏହି ଯାତ୍ରା ଅବସରରେ ରାଷ୍ଟ୍ରପତି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ଭାରତୀୟ ରେଳବାଇ ଏକ ସ୍ବତନ୍ତ୍ର ଟ୍ରେନ ପ୍ରସ୍ତୁତ କରିଛି ।

President Ram Nath Kovind

ତେବେ ରାଷ୍ଟ୍ରପତିଙ୍କ ଏହି ଯାତ୍ରାର ସମୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ଏହି ଟ୍ରେନ ଦିଲ୍ଲୀରୁ 1.30 ପରିବର୍ତ୍ତେ 12.45 ରେ ଛାଡିଛି । ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ରେଳମନ୍ତ୍ରୀ ପିୟୁଷ ଗୋଏଲ, ରେଳବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନିତ ଶର୍ମା ପ୍ରମୁଖ ବିଦାୟ ଦେଇଥିଲେ ।

President Ram Nath Kovind

ଏହି ଟ୍ରେନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଏନ-95 ମାସ୍କ ବାଧ୍ୟତା ମୂଳକ କରାଯାଇଛି, ଏହାବାଦ ଟିକା ଓ ନେଗେଟିଭ ରିପୋର୍ଟ ଜରୁରୀ କରାଯାଇଛି । ରାଷ୍ଟ୍ରପତିଙ୍କ ଏହି ପ୍ରେସିଡେଣ୍ଟାଲ ଟ୍ରେନ ଘଣ୍ଟାପ୍ରତି 90 ରୁ 110 କିମି ବେଗରେ ଯାତ୍ରା କରିବ ।

ଏହି ଟ୍ରେନ ଆଲିଗଡ, ଟୁଣ୍ଡାଲ, ଫିରୋଜାବାଦ, ଇଟାୱା, ଦେଇ ଯିବ । କିନ୍ତୁ କୌଣସି ଷ୍ଟେସନରେ ଏହା ରହିବ ନାହିଁ । କେବଳ ଟ୍ରେନଟି ଝିଂଝାକ-ଋରା ଷ୍ଟେସନ(କାନପୁର ଅଞ୍ଚଳ)ରେ ରହିବ । ତେବେ ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଏପିଜେ ଅବଦ୍ଦୁଲ କଲାମ 2006 ମସିହାରେ ଚଣ୍ଡିଗଡରୁ ଡେରାଡୁନ ଯାତ୍ରା ଟ୍ରେନରେ ଯାତ୍ରା କରିଥିଲେ ।

ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀରୁ କାନପୁର ଯାତ୍ରା କରିଥିବା ପ୍ରେସିଡେଣ୍ଟାଲ ଟ୍ରେନ ଟି ସୁବିଧା ଓ ସୁରକ୍ଷାକୁ ନିଶ୍ଚିତ କରିଛି ରେଳବାଇ ଓ ଏନଏସଜି । ଏହି ଟ୍ରେନର କୋଚ ଗୁଡିକ ବୁଲେଟ ପ୍ରୁଫ ହୋଇଛି ଓ ଏନଏସଜି କମାଣ୍ଡର ପୁରା ସୁରକ୍ଷା ବ୍ୟବସ୍ଥା ନିଜ ନିୟନ୍ତ୍ରଣକୁ ନେଇଛି । ତେବେ ଆବଶ୍ୟକ ସ୍ଥଳେ ୟୁପି ପୋଲିସ ବାହ୍ୟ ସୁରକ୍ଷା ଯୋଗାଇ ଦେବ ।

ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ କାନପୁର ଅଭିମୁଖେ ଏହି ଟ୍ରେନ ଯାତ୍ରା କରିଛି । ରାଷ୍ଟ୍ରପତି କୋବିନ୍ଦ 5 ଦିନିଆ ଗସ୍ତରେ ନିଜ ଜନ୍ମମାଟି କାନପୁର ଅଭିମୁଖେ ଯାଉଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ନିଜ ଜନ୍ମ ସ୍ଥାନ ଦେହାତ ସ୍ଥିତ ପରୋଁଖ ଯିବାର କାର୍ଯ୍ୟକ୍ରମ ରହିଛି । ପରେ 2 ଦିନ ପାଇଁ ରାଷ୍ଟ୍ରପତି ଲକ୍ଷ୍ମୌ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ନିଜର ପିଲା ଦିନର ବନ୍ଧୁଙ୍କ ସମେତ , ବିଶିଷ୍ଟ ସମାଜସେବୀ, ବୁଦ୍ଧିଜୀବିଙ୍କୁ ସାକ୍ଷାତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details