ଓଡିଶା

odisha

ETV Bharat / bharat

Tokyo Olympic; ବ୍ରୋଞ୍ଜ ବିଜେତା ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-କ୍ରୀଡାମନ୍ତ୍ରୀ

ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କ୍ରୀଡାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧିକ ପଢନ୍ତୁ...

-Sports Minister greets bronze winner Bajrang Punia
Olympic; ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-କ୍ରୀଡାମନ୍ତ୍ରୀ

By

Published : Aug 7, 2021, 9:17 PM IST

ନୂଆଦିଲ୍ଲୀ:ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ । ପଦକ ବିଜୟ ହେଲା ପରେ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଭାରତବାସୀ ଅଲମ୍ପିକ ମେଡାଲକୁ ନେଇ ଖୁସି ମନାଉଥିବାବେଳେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କ୍ରୀଡାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଅଲମ୍ପିକ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ବିଟ କରି ଲେଖିଛନ୍ତି ଯେ ଭାରତ ରେସଲିଂ ପାଇଁ ସ୍ବତନ୍ତ୍ର ଦିନ । ଅଲମ୍ପିକ ବ୍ରୋଞ୍ଜ ପଦ ହାସଲ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ରାଷ୍ଟ୍ରପତି । ରେସଲିଂରେ ନିଜର ନିରନ୍ତର ପ୍ରୟାସ, ସ୍ଥିରତା ଏବଂ ଦୃଢତା ସହିତ ଆପଣ ନିଜକୁ ଜଣେ ଉଲ୍ଲେଖନୀୟ କୁସ୍ତି ଭାବରେ ପ୍ରସ୍ତୁତ କରିଛନ୍ତି | ଏହା ପ୍ରତ୍ୟେକ ଭାରତୀୟ ଆପଣଙ୍କ ସଫଳତା ।

ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି । ଟୋକିଓ ଅଲମ୍ପିକରୁ ପୁଣି ଖୁସି ଖବର । ଚମତ୍କାର ଲଢେଇ କରି ବିଜୟୀ ହୋଇଛନ୍ତି । ଏହି ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ। ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଏବଂ ଖୁସି କରେ ବୋଲି ମୋଦି ଟ୍ବିଟ କରିଛନ୍ତି ।

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବଜରଙ୍ଗ ପୁନିଆକୁ ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ ପରେ ଶୁଭେଚ୍ଛା ଜଣାଇଛନ୍ତି । ବଜରଙ୍ଗ ପୁନିଆଙ୍କ ଏହି ପ୍ରଦର୍ଶନ ପାଇଁ ଆମେ ଗର୍ବ କରୁ । ଏକତରଫା ପ୍ରଦର୍ଶନ କରି ନିଜ ବିଜୟକୁ ସ୍ବତନ୍ତ୍ର କରିଛନ୍ତି ବୋଲି ଅନୁରାଗ ଠାକୁର କହିଛନ୍ତି ।

ଆଜି ଅଲମ୍ପିକର ରେସିଲିଂରେ ବଜରଙ୍ଗ ପୁନିଆଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର । ପୁରୁଷ ୬୫ କେଜ ବର୍ଗ ପ୍ରିଷ୍ଟାଇଲରେ ଲଢେଇ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବଜରଙ୍ଗ ପୁନିଆ । ବ୍ରୋଞ୍ଜ ଲଢେଇ ମ୍ୟାଚରେ କାଜାଖସ୍ତାନର ଡାଉଲେଟ ନିୟାଜବେକୋଭଙ୍କୁ ପରାସ୍ତ କରିଛନ୍ତି । ଭାରତ ଚଳିତ ଅଲମ୍ପିକ ରେସଲିଂରେ ଏହା ଦ୍ବିତୀୟ ପଦକ । ଏହା ପୂର୍ବରୁ ବିଜୟ ଦାହିୟା ରୌପ୍ୟ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details