ଓଡିଶା

odisha

ETV Bharat / bharat

President Murmu To Visit WB: ଆଜିଠୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ପଶ୍ଚିମବଙ୍ଗ ଗସ୍ତ

ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପଶ୍ଚିମବଙ୍ଗ ଯିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

President Murmu
President Murmu

By

Published : Mar 27, 2023, 9:12 AM IST

କୋଲକାତା: ଆଜିଠୁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପଶ୍ଚିମବଙ୍ଗକୁ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ଆଜି ସକାଳ ସମୟରେ ଦୌପଦୀ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ସ୍ବାଗତ କରିବେ । ଏହାପରେ ସନ୍ଧ୍ୟାରେ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ତାଙ୍କୁ ସମ୍ମାନିତ କରାଯିବ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ, କୋଲକାତା ସମ୍ବର୍ଦ୍ଧିତ ହେବା ପରେ ଦୌପଦୀ ମୁର୍ମୁ ଏଲଗିନ ରୋଜ ସ୍ଥିତ ନେତାଜୀ ଭବନକୁ ଯିବେ । ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାସହ ରବୀନ୍ଦ୍ରନାଥ ଟାଗୋରଙ୍କ ବାସଭବନ ଜୋରାସାଙ୍କୋ ପରିଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହାପରେ ପଶ୍ଚିମବଙ୍ଗରେ ଦ୍ବିତୀୟ ଦ୍ବିନ ଅର୍ଥାତ ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଲୁର ମଠ ଗସ୍ତ କରିବେ । ମିଳିଥିବା ସୂଚନାଅନୁସାରେ, UCO ବ୍ୟାଙ୍କର ୮୦ ବର୍ଷ ପୂର୍ତ୍ତି ଅବସରରେ ମୁର୍ମୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି କୋଲକାତା ଠାରୁ ବୀରଭୂମି ପର୍ଯ୍ୟନ୍ତ ବିସ୍ତୃତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୁରା ଅଞ୍ଚଳକୁ ପୋଲସ ଛାଉଣୀ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Umesh Pal Murder Case: ପଡ଼ୋଶୀ ସାଜିଥିଲେ ସୂଚନଦାତା, ଅତିକ ଗ୍ୟାଙ୍ଗକୁ ଦେଉଥିଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଥିଲେ ମମତା:ପ୍ରକାଶଥାଉକି, ମମତା ସରକାରଙ୍କ ରାଜ୍ୟମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ରଙ୍ଗକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ବିରୋଧ କରି ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏହାପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସେ କ୍ଷମା ପ୍ରାର୍ଥନା କରିଥିଲେ ।

ପ୍ରକାଶଥାଉକି, ଏହା ପୂର୍ବରୁ ଗତ ୯ ତାରିଖ(ଗୁରୁବାର) ଦିନ ଦିନିକିଆ ପଞ୍ଜାବ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଞ୍ଜାବରେ ଅବତରଣ କରିବା ପରେ ସିଧାସଳଖ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଥିଲେ । ପରେ ଜାଲିଆନାୱାଲାବାଗ, ଦୁର୍ଗିୟାନା ମନ୍ଦିର ଓ ଭଗବାନ ବାଲ୍ମିକୀଙ୍କ ମନ୍ଦିର ମଧ୍ୟ ଯାଇଥିଲେ ରାଷ୍ଟ୍ରପତି ।

ABOUT THE AUTHOR

...view details