ଓଡିଶା

odisha

ETV Bharat / bharat

ଜାମାଇକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଚାରି ଦିନିଆ ଜାମାଇକା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତର ରାଷ୍ଟ୍ରପତିଙ୍କ ଜମାଇକାକୁ ପ୍ରଥମ ଗସ୍ତ । ଅଧିକ ପଢନ୍ତୁ

By

Published : May 16, 2022, 11:35 AM IST

ଜାମାଇକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଜାମାଇକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ :ଚାରି ଦିନିଆ ଜାମାଇକା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କିଙ୍ଗଷ୍ଟୋନ୍‌ର ନୋରମାନ ମାନଲି ଅନ୍ତର୍ଜାତୀୟ ବିମାନବନ୍ଦରରେ (Norman Manley International Airport in Kingston) ପହଞ୍ଚି ସାରିଛନ୍ତି । ଏହା ଭାରତର ରାଷ୍ଟ୍ରପତିଙ୍କ ଜମାଇକାକୁ ପ୍ରଥମ ଗସ୍ତ । ତାଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ,ଝିଅ ସ୍ବାତୀ କୋବିନ୍ଦ ଓ କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୈଧୁରୀ, ଲୋକସଭା ସାଂସଦ ରାମ ଦେବୀ (Lok Sabha MP Rama Devi), ସତୀଶ କୁମାର ଗୌତମ ଓ ସଚିବ ସ୍ତରୀୟ ଅଧିକାରୀମାନେ ରହିଛନ୍ତି । ରାଷ୍ଟ୍ରପତି କୋବିନ୍ଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ସ୍ବାଗତ କରାଯାଇଛି ।

ଜାମାଇକା ଗସ୍ତ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା ଗଭର୍ଣ୍ଣର ଜେନେରାଲ୍‍ ସାର୍‍ ପ୍ୟାଟ୍ରିକ୍‍ ଏଲେନ୍‍(Governor-General of Jamaica Sir Patrick Allen), ପ୍ରଧାନମନ୍ତ୍ରୀଙ୍କ(Prime Minister Andrew Holness) ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details