ଓଡିଶା

odisha

ETV Bharat / bharat

ବାଂଲାଦେଶ ପାଳୁଛି ସ୍ବାଧିନତାର 50ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଚଳିତବର୍ଷ ସ୍ବାଧିନତାର 50ବର୍ଷ ପାଳନ କରୁଛି ବାଂଲାଦେଶ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦ ଓ ବାଂଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

President Kovind extends greetings to Bangladesh on 50th Independence Day
ବାଂଲାଦେଶ ପାଳନ କରୁଛି ସ୍ବାଧିନତାର 50ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

By

Published : Mar 26, 2021, 9:25 AM IST

ନୂଆଦିଲ୍ଲୀ: ବାଂଲାଦେଶ ପାଳନ କରୁଛି ସ୍ବାଧିନତାର 50ବର୍ଷ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦ ଓ ବାଂଲାଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ବାଂଲାଦେଶ ସ୍ବାଧିନତାର 50ବର୍ଷ ପାଳନ ଅବସରରେ ଭାରତବାସୀଙ୍କ ତରଫରୁ ବାଂଲାଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଂଲାଦେଶ ସରକାର ଓ ବାଂଲାଦେଶବାସୀଙ୍କୁ ସ୍ବାଧିନତାର 50ବର୍ଷ ପାଳନକୁ ଶୁଭେଚ୍ଛା ଜଣାଇଛି । ଚଳିତବର୍ଷ ବାଂଲାଦେଶ ନିଜ ସ୍ବତନ୍ତ୍ରତାର 50 ବର୍ଷ ପାଳନ କରୁଛି । ଭାରତ ଓ ବାଂଲାଦେଶ ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କର 50ବର୍ଷ ପୂରଣ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ଚଳିତ ବର୍ଷ ବାଂଲାଦେଶ ପ୍ରତିଷ୍ଠାତା ତଥା ବଙ୍ଗବନ୍ଧୁ ଶେଖ ମୁଜିବର ରେହମନଙ୍କ ଜନ୍ମଶତବାର୍ଷିକ ପାଳନ କରାଯାଉଛି । ସୂଚାଥାଉକି କୋରୋନା ମହାମାରୀ ପରେ ପ୍ରଥମ ବିଦେଶ ଗସ୍ତ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତ କରିଛନ୍ତି । ସେ ବାଂଲାଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନାଥାଉକି 1972 ମାର୍ଚ୍ଚ 26 ତାରିଖରେ ସ୍ବତନ୍ତ୍ର ବାଂଲାଦେଶ ଗଠନ କରାଯାଇଛି । ଏହି ସ୍ବତନ୍ତ୍ର ଦେଶ ଗଠନ ପାଇଁ ବାଂଲାଦେଶର ସ୍ବତନ୍ତ୍ର ମୁକ୍ତି ସଂଗ୍ରାମ କରାଯାଇଥିଲା । ବାଂଲାଦେଶ ଗଠନରେ ଶେଖ ମୁଜିବର ରେହମନଙ୍କ ଭୂମିକା ରହିଛି । ବାଂଲା ମୁକ୍ତି ସଂଗ୍ରାମରେ ଭାରତୀୟ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

@ANI

ABOUT THE AUTHOR

...view details