ଓଡିଶା

odisha

ETV Bharat / bharat

ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଆଜି ପବିତ୍ର ବିଜୟା ଦଶମୀ । ଏହି ମହାନ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିଜୟା ଦଶମୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ବିଜୟା ଦଶମୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

By

Published : Oct 15, 2021, 9:01 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଧରାପୃଷ୍ଠକୁ ଆସନ୍ତି ଜଗତଜନନୀ ମା"ଦୁର୍ଗା । ଏହି ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପବିତ୍ର ବିଜୟା ଦଶମୀରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଅନ୍ୟାୟ ଉପରେ ବିଜୟର ପ୍ରତୀକ ଦଶହରା । ଏହି ପର୍ବ ଆମକୁ ନୈତିକତା, ସତ୍ୟର ରାସ୍ତାରେ ଚାଲିବାକୁ ପ୍ରେରଣା ଦିଏ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅନ୍ୟପଟେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ପବିତ୍ର ବିଜୟା ଦଶମୀରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଏହା ସମସ୍ତଙ୍କ ଜୀବନରେ ସୁଖ ଆଣିଦେଉ ବୋଲି କହିଛନ୍ତି ମୋଦି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ମାତୃଶକ୍ତିର ଆରାଧନା ଆମ ସଂସ୍କୃତିର ଅନନ୍ୟ ବିଭବ । ମା'ଙ୍କ ଧରାବତରଣ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି । କୋଭିଡ ନିୟମ ମାନି ମା'ଙ୍କ ପୂଜା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିବ୍ୟ ଜନନୀଙ୍କ ଆଗମନ ପ୍ରତି ପରିବାରରେ ଖୁସି ଓ ଆନନ୍ଦ ଭରି ଦେଉ ବୋଲି କହିଛନ୍ତି ନବୀନ ।

ସେହିପରି ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର,ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଶାନ୍ତି ଉପରେ ଶାନ୍ତିର ବିଜୟର ପ୍ରତୀକ । ପବିତ୍ର ବିଜୟା ଦଶମୀ ଅବସରରେ ମା ଦିବ୍ୟଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଆଉ ଆନନ୍ଦ ଭରିଦେଉ ବୋଲି ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details