ଓଡିଶା

odisha

ETV Bharat / bharat

President Election Result: ଭାରତୀୟ ରାଜନୀତିରେ ନୂଆ ଇତିହାସ, ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ - ଓଡିଆ ଝିଅଙ୍କ ବଡ ବିଜୟ

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଶେଷ ହେଲା ଭୋଟ ଗଣତି । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Alliance) ପ୍ରାର୍ଥୀନୀ ଦୌପଦୀ ମୁର୍ମୁ (Draupadi Murmu) । ମତଦାନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି । ଅଧିକ ପଢନ୍ତୁ

PresidentElection
PresidentElection

By

Published : Jul 21, 2022, 7:50 PM IST

Updated : Jul 21, 2022, 9:55 PM IST

ନୂଆଦିଲ୍ଲୀ: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳା । ଶେଷ ହେଲା ଭୋଟ ଗଣତି । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Alliance) ପ୍ରାର୍ଥିନୀ ଦୌପଦୀ ମୁର୍ମୁ (Draupadi Murmu) । ମତଦାନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି ।

ଭାରତୀୟ ରାଜନୀତିରେ ନୂଆ ଇତିହାସ, ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ

ଆସନ୍ତା 24 ତାରିଖ ଦିନ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ(Ram Nath Kovind) ଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜୁଲାଇ 25 ତାରିଖ ସୋମବାର ଦିନ ଭାରତବର୍ଷର ପଞ୍ଚଦଶ ମହାମହିମ ରାଷ୍ଚ୍ରପତି ଭାବେ ଶପଥ ନେବେ ଓଡିଶାର ଦ୍ରୌପଦୀ ମୁର୍ମୁ । ଯଦିଓ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ଥିଲା । ତଥାପି ବିଜେପି ଭୋଟ ପ୍ରତିଶତ ବଢାଇବାକୁ ଉଦ୍ୟମ କରିଥିଲା ।

ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଏହାସହ ଭାରତ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ।

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଘୋଷଣା ହେବାର ଢେର ପୂର୍ବରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ପ୍ରାୟ 1600 କିମି ଦୂର ତାଙ୍କ ଜନ୍ମମାଟି ମୟୂରଭଞ୍ଜ ସମେତ ରାଇରଙ୍ଗପୁର ଓ ଉପରବେଡାରେ ବିଜୟ ଉତ୍ସବ ଜାରି ରହିଛି । ଉପରବେଡାବାସୀ ସମେତ, ରାଇରଙ୍ଗପୁର, ମୟୁରଭଞ୍ଜ ସମେତ ପୁରା ଓଡିଶାରେ ଉତ୍ସବ ଯୋରଦାର ହୋଇଛି । ରାଜ୍ୟର କୋଣ ଅଣୁକୋଣରୁ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଖାଲି ଏତିକି ନୁହେଁ ସାରା ଦେଶରୁ ଦ୍ରୌପଦୀଙ୍କୁ ଶୁଭେଛା ଆସିବାରେ ଲାଗିଛି ।

ସେପଟେ ଦ୍ରୌପଦୀଙ୍କ ବିଜୟ ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ଅଧ୍ୟକ୍ଷଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସଦସ୍ୟ ତାଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଶୁଭେଛା ଜଣାଉଛନ୍ତି । ଏହାସହ ଏନଡିଏ ନେତା ମାନେ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଭିଡ ଲଗାଇଛନ୍ତି ।

ଅନ୍ୟପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟ (BJP Headquarters New Delhi) ସମେତ ସମସ୍ତ ରାଜ୍ୟର ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ଯୋରଦାର ହୋଇଛି । ଏପରିକି ଓଡିଶାରେ ମଧ୍ୟ ବିଜେପି ବିଜେଡି ନିଜ ନିଜ କାର୍ଯ୍ୟାଳୟରେ ସ୍ବାଗତ ଅଭିନନ୍ଦନ ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହାସହ ଏହି ମହାବିଜୟ ପରେ ବିଜେପି ମୁଖ୍ୟାଳୟ ଠାରୁ ବିଜୟଚୌକ ପର୍ଯ୍ୟନ୍ତ ଏକ ମେଗା ରୋଡ ଶୋ କରିବେ ବିଜେପି ଅଧ୍ଯକ୍ଷ ଜେପି ନଡ୍ଡା ।

ଦ୍ରୌପଦୀଙ୍କ ବିଜୟ ପରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା କହିଛନ୍ତି ମତେ ବିଶ୍ବାସ ଅଛି ଦ୍ରୌପଦୀ ମୁର୍ମୁ ଜଣେ ପିପୁଲ୍ସ ରାଷ୍ଟ୍ରପତି ହେବେ । ତଥା ଲୋକଙ୍କ ରାଷ୍ଟ୍ରପତି ହେବେ ।

ଦ୍ରୌପଦୀଙ୍କ ବିଜୟ ନେଇ ବିଜେପିର ଯୋରଦାର ଉତ୍ସବର ମାହୋଲ । କାରଣ ବିଜେପି ନେତୃତ୍ବ ଆଶା ରଖିଥିଲେ ଯେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ 523 ସାଂସଦଙ୍କ ଭୋଟ ମିଳିବ । ହେଲେ ବିଜେପିର ଆକଳନ ଭୁଲ ପ୍ରମାଣିତ ହୋଇଛି । ଆଉ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ମୋଟ 540 ସାଂସଦ ଭୋଟ । ଅର୍ଥାତ ବିପକ୍ଷ ଗୋଷ୍ଠୀରୁ 17 ସାଂସଦଙ୍କ ସମର୍ଥନ ଦ୍ରୌପଦୀଙ୍କୁ ମିଳିଛି । ଯାହା ବିରୋଧୀଙ୍କ ଏକତାକୁ ଆଉ ଏକ ଧକ୍କା ମିଳିଛି ।

ରାଷ୍ଟ୍ରପତି ନିର୍ବାଚନାର ଭୋଟ ଗଣତି ଅନୁସାରେ ପ୍ରଥମ ରାଉଣ୍ଡରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 540 ସଦସ୍ୟଙ୍କ ଭୋଟ ପାଇବାରେ ସଫଳ ହୋଇଥିଲେ । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ପାଇଥିବା ଭୋଟର ମୂଲ୍ୟ 3,78,000 । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସପକ୍ଷରେ 208 ସଦସ୍ୟଙ୍କ ଭୋଟ୍ ଅର୍ଥାତ 1,45,600 ମୂଲ୍ୟର ଭୋଟ ରହିଥିଲା । ପ୍ରଥମ ରାଉଣ୍ଡରେ ବିରୋଧୀ ପ୍ରାର୍ଥୀ ଯୋଶବନ୍ତ ସିହ୍ନାଙ୍କ ଠାରୁ ଦ୍ରୌପଦୀ 2,32,400 ଭୋଟ ସହ ବିଶାଳ ବ୍ୟବଧାନରେ ଆଗୁଆ ରହିଥିଲେ ।

ଏହାବାଦ ଦ୍ବିତୀୟ ପର୍ଯ୍ୟାୟର ଫଳାଫଳ ଅନୁସାରେ 10 ରାଜ୍ୟର ବିଧାନସଭା ସଦସ୍ୟଙ୍କ ଭୋଟ ଗଣତି ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ମୋଟ 1,138 ଅର୍ଥାତ 1,49,575 ଭୋଟ ଗଣତି ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 809 ଭୋଟ ପାଇବାରେ ସଫଳ ହୋଇଥିଲେ । ଦ୍ରୌପଦୀ ପାଇଥିବା ଭୋଟର ମୂଲ୍ୟ 1,05,299 । ସେହିପରି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଏହି ପର୍ଯ୍ୟାୟରେ ମାତ୍ର 329 ବା 44,276 ମୂଲ୍ୟରେ ଭୋଟରେ ସୀମିତ ରହିଥିଲେ ।

ତୃତୀୟ ରାଉଣ୍ଡ ଗଣତି ଦୌପଦୀଙ୍କୁ ବିଜୟୀ କରାଇଛି। ବିଜୟ ପାଇଁ ଆବଶ୍ୟକ ସମୁଦାୟ ଭୋଟ ମୂଲ୍ୟର ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ମିଳିଥିଲା ୫୧.୨ ପ୍ରତିଶତ ଭୋଟ। ଏହି ରାଉଣ୍ଡରେ ମୋଟ ୧୩୩୩ଟି ଭୋଟ ପଡ଼ିଥିବା ବେଳେ ସମୁଦାୟ ଭୋଟର ମୂଲ୍ୟ ୧ ଲକ୍ଷ ୬୫ ହଜାର ୬୬୪ ଥିଲା । ୧୩୩୩ଟି ଭୋଟରୁ ଦ୍ରୌପଦୀ ୮୧୨ ଖଣ୍ଡ ଭୋଟ ପାଇଥିବାବେଳେ ଯଶବନ୍ତ ସିହ୍ନା ୫୨୧ ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡରେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା ଓ ପଞ୍ଜାବ ଆଦି ରାଜ୍ୟର ବିଧାୟକମାନଙ୍କର ଭୋଟ ଗଣନା ହୋଇଥିଲା ।

Last Updated : Jul 21, 2022, 9:55 PM IST

ABOUT THE AUTHOR

...view details