ଓଡିଶା

odisha

ETV Bharat / bharat

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ - ବିଷ୍ଣୁ ସେଠୀଙ୍କୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ଶୋକ ପ୍ରକାଶ

ପରଲୋକରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଏହାକୁ ନେଇ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

president and home minister condolence on ultimate demise of BJP MLA Bishnu Sethy
ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ, ରାଷ୍ଟ୍ରପତି ମୁର୍ମୁଙ୍କ ଶୋକ ପ୍ରକାଶ

By

Published : Sep 19, 2022, 4:33 PM IST

Updated : Sep 19, 2022, 5:25 PM IST

ହାଇଦ୍ରାବାଦ:୬୧ ବର୍ଷ ବୟସରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ହୋଇଛି । ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ରାଜାନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍‌ ମାଧ୍ୟମରେ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ଟ୍ବିଟ୍‌ କରି କହିଛନ୍ତି, "ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖୀ । ସେ ଜଣେ ରାଜ୍ୟର ଜଣେ ଜଣାଶୁଣା ରାଜନେତା ଥିଲେ । ଜଣେ ଉଚ୍ଚକୋଟିର ଲେଖକ ସହ ଥିଲେ ସୁଯୋଗ୍ୟ ବିଧାୟକ । ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର, ସମର୍ଥକ, ଅନୁଗାମୀଙ୍କୁ ସମବେଦନା ଜଣାଉଛି ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ୍‌ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଟ୍ବିଟ୍‌ କରିଛନ୍ତି, "ଓଡ଼ିଶା ବିଧାନସଭାରେ ବିଜେପିର ଉପନେତା ବିଷ୍ଣୁ ସେଠୀଙ୍କ ଜୀବନ ଜନସେବା ତଥା ସଂଗଠନ ପାଇଁ ଉତ୍ସର୍ଗୀକୃତ ଥିଲା । ରାଜ୍ୟରେ ସଂଗଠନକୁ ମଜଭୁତ୍‌ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତ ବିଜେପି ପରିବାର ଏବଂ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ଚରଣ ସେଠୀଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେବ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ଲେଖକ ଓ କବି ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରୁଥିଲେ ।

2000ରୁ 2004 ଯାଏଁ ଚାନ୍ଦବାଲି ବିଧାୟକ ଥିଲେ । ପରେ 2019ରେ ଧାମନଗରରୁ ନିର୍ବାଚିତ ହୋଇଥିଲେ । 2006ରେ କାଜୁ ଉନ୍ନୟନ ନିଗମ ଅଧକ୍ଷ ଥିଲେ ବିଷ୍ଣୁ ସେଠୀ । ଫୁସ୍‌ଫୁସ୍‌ ସଂକ୍ରମଣ ଓ ବ୍ରେନ୍‌ ଷ୍ଟ୍ରୋକ ଯୋଗୁଁ ଆଜି ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ରାଜନୀତିରେ ଶାସକ ଦଳର କଡା ସମାଲୋଚକ ଭାବେ ସେ ଜଣାଶୁଣା । ବିଜେପିର ଜଣେ ଟାଣୁଆ ନେତା ଥିଲେ ବିଷ୍ଣୁ ସେଠୀ ।

Last Updated : Sep 19, 2022, 5:25 PM IST

ABOUT THE AUTHOR

...view details