ଓଡିଶା

odisha

ETV Bharat / bharat

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ପ୍ରଧାନମନ୍ତ୍ରୀ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Aug 30, 2021, 11:03 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ।

ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀରେ ଅନେକ ଅନେକ ଶୁଭେଚ୍ଛା । ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ ବିଷୟରେ ଜାଣିବା ଓ ତାଙ୍କ ସନ୍ଦେଶଙ୍କ ପ୍ରତି ନିଜକୁ ସମର୍ପଣ କରିବାର ଦିନଟିଏ । ଏହି ଦିନଟି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣୁ ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ଏହି ପବିତ୍ର ଦିନରେ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଶ୍ରୀମଦ ଭାଗବତ ଗୀତାରେ ଭଗବାନ କୃଷ୍ଣଙ୍କ ନିସ୍ବାର୍ଥପର ଭକ୍ତି ସହିତ କାର୍ଯ୍ୟ କରିବାର ଅନନ୍ତ ବାର୍ତ୍ତା ସମଗ୍ର ମାନବିକତା ପାଇଁ ପ୍ରେରଣା ପାଲଟିଥିବା କହିଛନ୍ତି ଉପରାଷ୍ଟ୍ରପତି ।

ଅନ୍ୟପଟେ ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ୮୦ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଦେଶର ମହାନ ପରମ୍ପରାକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ ।

ଜନ୍ମାଷ୍ଟମୀ ପର୍ବ ହେଉଛି ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବ । ଆମେ ଭଗବାନଙ୍କ ସମସ୍ତ ରୂପ ସହିତ ପରିଚିତ । ନଟଖଟ କହ୍ନେଇୟାଠାରୁ ଆରମ୍ଭ କରି କୃଷ୍ଣ ରୂପ ଧାରଣ ପର୍ଯ୍ୟନ୍ତ । ଆଜିର ଏହି ଦିନ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଦେଶବାସୀ ତଥା ଓଡିଶାବାସୀଙ୍କୁ ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କହିଛନ୍ତି ନବୀନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details