ଓଡିଶା

odisha

ETV Bharat / bharat

Ganesh Chaturthi: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

Ganesh Chaturthi
Ganesh Chaturthi

By ETV Bharat Odisha Team

Published : Sep 19, 2023, 9:36 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରା ପୃଷ୍ଠକୁ ଓହ୍ଳାଇ ଆସିବେ ବିଘ୍ନ ବିନାଶକ ଗଜାନନ । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଷ୍ଟ୍ରପତି ଟ୍ବିଟ୍‌ କରି କହିଛନ୍ତି, "ଗଣେଶ ଚତୁର୍ଥୀର ପବିତ୍ର ପର୍ବରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଏହି ଶୁଭ ଦିନରେ ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମ ଦିନକୁ ଭକ୍ତି ଓ ଉତ୍ସାହର ସହିତ ପାଳନ କରାଯାଏ । ମୋର ପ୍ରାର୍ଥନା, ବିଘ୍ନହର୍ତ୍ତା ଗଣେଶଜି ସବୁ ବାଧାବିଘ୍ନକୁ ଦୂରେଇ ଦିଅନ୍ତୁ ଏବଂ ଆମେ ସମସ୍ତେ ମିଶି ଏକ ବିକଶିତ ଦେଶ ଗଠନ ପାଇଁ କାର୍ଯ୍ୟ ଜାରି ରଖିବୁ । ଗଣପତି ବାପ୍ପା ମୋରୟା ।"

ଏହା ମଧ୍ୟ ପଢନ୍ତୁ-ଆଜି ଗଣେଶ ଚତୁର୍ଥୀ, ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ବିଘ୍ନବିନାଶକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି କହିଛନ୍ତି, "ସମସ୍ତ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ମୁଁ ଶୁଭେଚ୍ଛା ଜଣାଉଛି । ଆଜିର ଏହି ଶୁଭ ଦିନ ସମସ୍ତ ଜୀବନରେ ସୌଭାଗ୍ୟ, ସମୃଦ୍ଧତା ସଫଳତା ଆଣୁ । ଗଣପତି ବାପ୍ପା ମୋରେୟା । ଶୁଭେଚ୍ଛା ଜଣାଇବା ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ମୋଦି ଯେଉଁଥିରେ ସେ ଗଣେଶ ଠାକୁରଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳିଛି ।"

ଏହା ମଧ୍ୟ ପଢନ୍ତୁ-ଗଣେଶ ପୂଜାକୁ ଫିକା କରିପାରେ ବର୍ଷା: ଆସୁଛି ଆଉ ଏକ ଲଘୁଚାପ, 4ଦିନ ପ୍ରବଳ ଛେଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ କହିଛନ୍ତି, "ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ପ୍ରତ୍ୟକଟି ଜୀବନ ସୁଖମୟ ଓ କଲ୍ୟାଣମୟ ହେଉ ।"

ଗଣପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛିଗାଁଠୁ ସହର । ସବୁଠି ଉତ୍ସବର ମାହୋଲ । ଶଙ୍ଖନାଦ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପି ଉଠିଲାଣି ପୂଜା ପେଣ୍ଡାଲ । ଆଜିର ଦିନରେ ଶକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଗଣେଶଙ୍କୁ ପୂାଜର୍ଚ୍ଚନା କରାଯାଏ । ପୂଜା ସମୟରେ ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।

ABOUT THE AUTHOR

...view details