ହାଇଦ୍ରାବାଦ: ପୃଥିବୀ ପୃଷ୍ଠରୁ ଅନେକ ପ୍ରଜାତିର ବିଲୁପ୍ତି ଘଟିଲାଣି । ବର୍ତ୍ତମାନ ଏପରି ଅନେକ ପ୍ରାଣୀ ଅଛନ୍ତି ଯାହାଙ୍କ ସଂଖ୍ୟା ପ୍ରାକୃତିକ ଘଟଣା ଯୋଗୁଁ ହେଉ ଅବା ଅନ୍ୟାନ୍ୟ କାରଣ ଯୋଗୁଁ ଧୀରେ ଧୀରେ କମିବାରେ ଲାଗିଛି । ତନ୍ମଧ୍ୟରୁ ଗଣ୍ଡା ଅନ୍ୟତମ । ତେଣୁ ବିଶ୍ବରେ ଗଣ୍ଡାଙ୍କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟର ବହୁ ବର୍ଷରୁ ଆଜିର ଦିନକୁ ବିଶ୍ବ ଗଣ୍ଡା ଦିବସ ଭାବେ ପାଳନ କରାଯାଉଛି । ଗଣ୍ଡାର ସୁରକ୍ଷା ପାଇଁ WWF- ଦକ୍ଷିଣ ଆଫ୍ରିକା ଏହି ଦିବସ ଘୋଷଣା କରିଥିଲା ।
ନିକଟ ଅତୀତରେ ପୋଖରୀ, ସହରୀକରଣ ଏବଂ ପ୍ରଦୂଷଣ ଦ୍ବାରା ଗଣ୍ଡା କମିଯାଉଥିବା ଆଶଙ୍କା ଦେଖାଦେଇଥିଲା । ଗଣ୍ଡା ପ୍ରେମୀ ଲିସା ଜେନ କ୍ୟାମ୍ପବେଲ 2011ରେ ପାଞ୍ଚ ପ୍ରଜାତିର ଗଣ୍ଡାକୁ ସୁରକ୍ଷା ଦେବାକୁ ଚାହିଁଥିଲେ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ 100 ସୁମିତ୍ରନ୍ ଗଣ୍ଡାର ବାକି ଅଛନ୍ତି ଏବଂ 60-65 ଜାଭାନ ଗଣ୍ଡା ଅଛନ୍ତି । ବିଶ୍ବ ଗଣ୍ଡା ଦିବସ ପାଳନ କରିବା ଆଧୁନିକ ଦୁନିଆରେ ଗଣ୍ଡାଙ୍କ ବିଷୟରେ ନିଜକୁ ଶିକ୍ଷା ଦେବା ସହିତ ଆରମ୍ଭ ହୋଇଥିଲା । ଗଣ୍ଡାର ଶକ୍ତି, ସ୍ଥିରତା, ଏବଂ ଦୃଢତା ଏକ ପ୍ରଭାବଶାଳୀ ପ୍ରତୀକ । ଏହି ଚମତ୍କାର ପ୍ରାଣୀମାନଙ୍କୁ ଦୁନିଆରୁ ଅଦୃଶ୍ୟ ହେବାକୁ ଦିଆଯିବା ଉଚିତ୍ ନୁହେଁ । ତେଣୁ ଏହାପ୍ରତି ସଚେତନତା ସୃଷ୍ଟି ନିତାନ୍ତ ଆବଶ୍ୟକ ।
ଆଫ୍ରିକା ଓ ଏସିଆରେ ବାସ କରୁଥିବା ପାଞ୍ଚଟି ଗଣ୍ଡା ପ୍ରଜାତି ମଧ୍ୟରୁ ତିନୋଟି IUCN ଦ୍ବାରା ବିପଦପୂର୍ଣ୍ଣ ତାଲିକାଭୁକ୍ତ କରାଯାଇଛି । ସେଗୁଡିକ ହେଲେ ଜାଭାନ, ସୁମାତ୍ରାନ, ବ୍ଲାକ ଗଣ୍ଡା, ଧଳା ଗଣ୍ଡା ଏବଂ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା । ସେହିପରି ବିଶ୍ବରେ ପାଞ୍ଚଟି ଗଣ୍ଡାର ପ୍ରଜାତି ପାଳନ କରାଯାଏ ଓ ଏହି ଦିବସରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଗୁଡିକ ବିଷୟରେ ଆଲୋଚନା କରାଯାଏ । ଭାରତର ଅନେକ ପ୍ରାନ୍ତରେ ଗଣ୍ଡା ଅଛନ୍ତି । ସେହିପରି ଦେଶର ବହୁସଂଖ୍ୟାରେ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ଦେଖାଯାଆନ୍ତି । ଏହି ପ୍ରଜାତି ଆସାମ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ବିଶେଷ ଭାବେ ରହିଛନ୍ତି ।
1905 ମସିହାରେ ପ୍ରାୟ 75 ଜନସଂଖ୍ୟାରୁ 2012 ସୁଦ୍ଧା 2,700 ରୁ ଅଧିକ ଭାରତୀୟ ଗଣ୍ଡା ରହିଥିଲେ । ବିଶ୍ବ ବନ୍ୟଜନ୍ତୁଙ୍କ ଓକିଲାତି ପାଇଁ ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର୍ - ଇଣ୍ଡିଆ ଅନୁଯାୟୀ, 2020 ସୁଦ୍ଧା ଏହି ସଂଖ୍ୟା ବର୍ତ୍ତମାନ 3600 ଅତିକ୍ରମ କରିସାରିଛି । ତଥ୍ୟ ଅନୁଯାୟୀ 2012ରେ ଆସାମରେ 91 ପ୍ରତିଶତରୁ ଅଧିକ ଭାରତୀୟ ଗଣ୍ଡା ବାସ କରୁଥିଲେ । ଆସାମ ମଧ୍ୟରେ ଗଣ୍ଡା କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟରେ ଅଛନ୍ତି । 2015 ଗଣନା ଅନୁଯାୟୀ ଏହି ପାର୍କ ମଧ୍ୟରେ 2,401 ଟି ଗଣ୍ଡା ଅଛନ୍ତି ।
ଆସାମରେ ପୋଡା ହେଲା ହଜାର ହଜାର ସଂଖ୍ୟକ ଗଣ୍ଡା ଶିଙ୍ଗ:
ସେହିପରି ଆଜିର ବିଶ୍ବ ଗଣ୍ଡା ଦିବସ ଅବସରରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଅନ୍ତର୍ଗତ ବୋକାଖଟଠାରେ ଏକ ସମାରୋହ ଆୟୋଜିତ କରାଯାଇଛି । ଏଥିରେ ପ୍ରାୟ ୨୫୦୦ ଗଣ୍ଡା ଶିଙ୍ଗ ପୋଡା ହୋଇଛି । ଆସାମ କ୍ୟାବିନେଟ ରାଜ୍ୟର ବିଭିନ୍ନ ଜିଲ୍ଲାର କୋଷାଗାରରେ ରଖାଯାଇଥିବା ପ୍ରାୟ ୨୫୦୦ ଗଣ୍ଡା ଶିଙ୍ଗକୁ ସର୍ବସାଧାରଣରେ ଜାଳିବାକୁ ନିଷ୍ପତ୍ତି ନେଇଥିଲେ । ଗତ ସପ୍ତାହରେ ରାଜ୍ୟ ଜଙ୍ଗଲ ବିଭାଗ ଦ୍ବାରା ଗଣ୍ଡା ଶିଙ୍ଗର ପୁନଃ ଯାଞ୍ଚ ପରେ ଏନେଇ ଘୋଷଣା ହୋଇଥିଲା । ଏଭଳି କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ, ଏହି ପଶୁ ଶିକାର ବନ୍ଦ କରିବା ।