ଚଣ୍ଡିଗଡ଼:ଆଗାମୀ ଲୋକସଭା ନିର୍ବାଚନ ୨୦୨୪ରେ ତୃତୀୟ ସାମୁଖ୍ୟ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି(Third Front preparation in Haryana) । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲଙ୍କ ରବିବାର ୧୦୯ତମ ଜନ୍ମ ଜୟନ୍ତୀ ଥିଲା । ଏହି ଅବସରରେ ହରିୟାଣାର ଏକ ସମ୍ମାନ ଦିବସ ରାଲି ଆରମ୍ଭ ହୋଇଥିଲା(samman divas rally in Hariyana) । ଏହି ରାଲିରେ ବିପକ୍ଷର ହେବିୱେଟ୍ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଏନ୍ସିପି ପ୍ରମୁଖ ଶରଦ ପୱାର, CPI ମୁଖ୍ୟ ସୀତାରାମ ୟେଚୁରୀ, ଜେଡିୟୁର କେସି ତ୍ୟାଗୀ, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।
ଏହି ରାଲିରେ ଦେଶର ୧୦ ବଡ଼ ରାଜ୍ୟର ବିଜେପି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଦେବୀଲାଲଙ୍କ ଜୟନ୍ତୀ ଅବସରରେ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ନିଶ୍ଚିତ ଭାବରେ ତୃତୀୟ ସାମୁଖ୍ୟ ଭାବରେ ପ୍ରତିପାଦିତ ହେଉଛି । ଏହାକୁ ନେଇ ଇଣ୍ଡିଆନ୍ ନ୍ୟାସନାଲ୍ ଲୋକ ଦଳ ନେତା ଅଭୟ ଚୌଟାଲା କହିଥିଲେ ଯେ, "ବର୍ତ୍ତମାନଠାରୁ ସମସ୍ତ ନେତା ଗୋଟିଏ ମଞ୍ଚରେ ନଜର ଆସିବେ । କଂଗ୍ରେସ୍କୁ ଏହି ତୃତୀୟ ସାମୁଖ୍ୟରୁ ଅଲଗା ଦେଖାଯାଉନାହିଁ । ବର୍ତ୍ତମାନଠାରୁ ତୃତୀୟ ସାମୁଖ୍ୟକୁ ନେଇ କୌଣସି ଚର୍ଚ୍ଚା କରିବା ଠିକ୍ ହେବ ନାହିଁ ।
ଏହାକୁ ନେଇ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଲୋକଦଳର ଆଉ ଜଣେ ନେତା ଗୁରମିତ୍ ସିଂହ କହିଛନ୍ତି, "2024 ଲୋକସପବା ନିର୍ବାଚନ ପାଇଁ ବିରୋଧୀଙ୍କ ଏହା ପ୍ରସ୍ତୁତି । ଇଣ୍ଡିଆନ୍ ନ୍ୟାସ୍ନାଲ୍ ଲୋକଦଳ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚକୁ ଡାକି ତୃତୀୟ ସାମୁଖ୍ୟ ପାଇଁ ଗୋଟିଏ ପ୍ରଚେଷ୍ଟା କରିଛି । ଏହି ପ୍ରଚେଷ୍ଟା କେତେ ଫଳପ୍ରଦ ହେବ ତାହା ସମୟ କହିବ ।"