ଓଡିଶା

odisha

ETV Bharat / bharat

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ - ର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପା

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ହେବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ,ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
କର୍ଣ୍ଣାଟକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ,ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

By

Published : Jul 25, 2021, 4:36 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପାଙ୍କ ପରିବର୍ତ୍ତନକୁ ନେଇ ଚାଲିଛି ଚର୍ଚ୍ଚା । ବର୍ତ୍ତମାନ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଁ ଚର୍ଚ୍ଚାରେ ରହିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଶ୍ନର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଏହା କେବଳ ଗଣମାଧ୍ୟମ କହୁଛି କିନ୍ତୁ ଏ ଭଳି କୌଣସି ପ୍ରଶ୍ନ ଉଠୁନାହିଁ । ମୁଖ୍ୟମନ୍ତ୍ରୀ ରେସରେ ଆଗରେ କିମ୍ବା ପଛରେ କେହି ନାହାଁନ୍ତି । ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ କାହାକୁ ଚୟନ କରାଯିବ ସେ ନେଇ ଦଳୀୟ ନେତୃତ୍ବ କେହି କିଛି କହିନାହିଁନ୍ତି ବୋଲି ଯୋଶୀ କହିଛନ୍ତି ।

ସୂଚନାଥାଉକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଉଠିଛି । ଆସନ୍ତା 26 ତାରିଖରେ ବିଏସ ୟେଦୟୁରପ୍ପା ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କେନ୍ଦ୍ର କୋଇଲା ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ 2004ରୁ କର୍ଣ୍ଣାଟକର ଧାରୱଡ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ 2012ରୁ 2016 ପର୍ଯ୍ୟନ୍ତ କର୍ଣ୍ଣାଟକ ବିଜେପିର ରାଜ୍ୟ ସଭାପତି ଭାବରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେପଟେ କର୍ଣ୍ଣାଟକର ଗୃହମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଥିବା ଜଣାପଡିଛି ।

ABOUT THE AUTHOR

...view details