ଓଡିଶା

odisha

ETV Bharat / bharat

ମିଶନ ୟୁପିରେ ଧର୍ମେନ୍ଦ୍ର: ଗୋରଖନାଥ ମନ୍ଦିରରେ କଲେ ପୂଜା, ପିଲାଙ୍କ ସହ ଖାଇଲେ ମଧ୍ୟାହ୍ନ ଭୋଜନ

ମିଶନ ୟୁପିର ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ଗସ୍ତରେ ଆସି ମାପିଛନ୍ତି ନିର୍ବାଚନୀ ରାଜ୍ୟର ପାଣିପାଗ । ନିର୍ବାଚନୀ ସଂଗଠନ ବୈଠକରେ ଦିନ ତମାମ ବ୍ୟସ୍ତ ରହିବା ପରେ ଗୁରୁବାର ଗୋରଖପୁର ଯାତ୍ରା କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

Covid Compensation: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା
Covid Compensation: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

By

Published : Sep 23, 2021, 10:14 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ବିଗୁଲ ବଜାଇସାରିଛି ଭାରତୀୟ ଜନତା ପାର୍ଟ । ମିଶନ ୟୁପିରେ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ଗସ୍ତରେ ଆସି ମାପିଛନ୍ତି ନିର୍ବାଚନୀ ରାଜ୍ୟର ପାଣିପାଗ । ରାଜଧାନୀ ଲକ୍ଷ୍ନୌରେ ବୁଧବାର ବିଜେପି ନିର୍ବାଚନୀ ସଂଗଠନ ବୈଠକରେ ଦିନ ତମାମ ବ୍ୟସ୍ତ ରହିବା ପରେ ଗୁରୁବାର ଗୋରଖପୁର ଯାତ୍ରା କରିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋରଖପୁରରେ ପହଞ୍ଚି ଗୋରଖନାଥ ମନ୍ଦିର ପରିସରରେ ନିର୍ମିତ ଶିବ ଅବତାରୀ ମହାଯୋଗୀ ଗୁରୁ ଗୋରଖନାଥଙ୍କ ଦର୍ଶନ ତଥା ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ ବ୍ରହ୍ମଲୀନ ମହନ୍ତ ମହାରାଜଙ୍କ ସମାଧିରେ ପୁଷ୍ପ ଅର୍ପଣ କରି ଆଶୀର୍ବାଦ ନେଇଛନ୍ତି ପ୍ରଧାନ ।

ଉତ୍ତରପ୍ରଦେଶ ଗସ୍ତରେ ସିଦ୍ଧାର୍ଥନଗରସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କେନଦ୍ରମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଥିବା ଦେଖିବାକୁ ମିଳିଛି । ସନ୍ତୁଳିତ ତଥା ସୁସ୍ଥ ଆହାରକୁ ଏକ ଜନଆନ୍ଦୋଳନ କରିବା ଓ ପୋଷଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷାମନ୍ତ୍ରଣାଳୟ ପ୍ରତିବଦ୍ଧ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କୁ ଗୁରୁ ଦାୟିତ୍ବ ଦେଇଛି ବିଜେପି । ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ଵରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟ ବିଜେପିକୁ ଦିଗଦର୍ଶନ ଦେବେ ଧର୍ମେନ୍ଦ୍ର ପ୍ରଧାନ ।

ABOUT THE AUTHOR

...view details