ଓଡିଶା

odisha

Sikkim Flood: ୮ଲକ୍ଷ ମୂଲ୍ୟର ଅଳଙ୍କାର ମୁଣି ପାଇଲେ ପଶ୍ଚିମବଙ୍ଗ ମହିଳା

By ETV Bharat Odisha Team

Published : Oct 13, 2023, 7:45 PM IST

ବନ୍ୟା ପରେ ଘରୁ ସଫା କରୁଥିଲେ ଅଳିଆ । ମିଳିଲା ୮ ଲକ୍ଷ ମୂଲ୍ୟର ସ୍ବର୍ଣ୍ଣ ଅଳଙ୍କାର ଭର୍ତ୍ତି ବ୍ୟାଗ । ଅଧିକ ପଢନ୍ତୁ

Kalimpong woman
Kalimpong woman

କୋଲକାତା: ମାଟି ଭିତରୁ ମିଳିଲା ମୂଲ୍ୟବାନ ପଦାର୍ଥ । ବନ୍ୟାରେ ସବୁ କିଛି ହରାଇଥିବା ମହିଳା ଜଣଙ୍କ ମୁଣିରେ ସୁନା ଅଳଙ୍କାର ଦେଖି ହୋଇଗଲେ ଅବାକ । ସିକ୍କିମରେ ବାଦଲଫଟା ବର୍ଷା ପରେ ତିସ୍ତା ନଦୀରେ ଆସିଥିଲା ବନ୍ୟା । ଏଥିରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ମଧ୍ୟ ପ୍ରଭାବିତ ହୋଇଥିଲା । ସିକ୍କିମ ବନ୍ୟାରେ ନିଜର ସବୁ କିଛି ହରାଇ ଖୁବ ଚିନ୍ତାରେ ଥିଲେ କାଲିମପୋଙ୍ଗ ଅଞ୍ଚଳର ଜଣେ ମହିଳା । ହେଲେ ଘର ସଫା କରିବା ସମୟରେ ଏକ ମୁଣିକୁ ଦେଖି ତାଙ୍କର ହୋସ ଉଡ଼ିଯାଇଥିଲା । କାରଣ ଏହି ମୁଣିରୁ ପ୍ରାୟ ୭ରୁ ୮ ଲକ୍ଷ ମୂଲ୍ୟର ଅଳଙ୍କାର ଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପଶ୍ଚିମବଙ୍ଗ ସୋନଦା ପଞ୍ଚାୟତବାସୀଙ୍କ କହିବା ଅନୁସାରେ ଏହି ସୁନା ଅଳଙ୍କାର କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଯଦି କେହି ବ୍ୟକ୍ତି ଫର୍ଣ୍ଣିସିଂ ପ୍ରୁଫ ଦିଏ, ଏହାପରେ ତାଙ୍କୁ ଏହି ବ୍ୟାଗଟିକୁ ହସ୍ତାନ୍ତର କରାଯିବ । ସେ ପର୍ଯ୍ୟନ୍ତ ଏହି ବ୍ୟାଗଟି ସୁମିତ୍ରା ଛେତ୍ରିଙ୍କ ନିକଟରେ ରହିବ । ଯଦି ଏହି ବ୍ୟାଗଟିକୁ କେହି ନେବାକୁ ଆସନ୍ତି ନାହିଁ ବା ନିଜର ବୋଲି ଉପଯୁକ୍ତ ପ୍ରମାଣ ନ ଦେଇପାରନ୍ତି ତେବେ ଏହି ବ୍ୟାଗଟିକୁ ମହିଳା ଜଣକ ରଖିବେ ।

ଏହା ବି ପଢନ୍ତୁ- Sikkim Flash Flood: ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେବି 105 ନିଖୋଜ

ତିସ୍ତା ନଦୀରେ ବନ୍ୟା ଆସିବା ପରେ କାଲିମପୋଙ୍ଗର ଅଧିକାଂଶ ଅଞ୍ଚଳରେ ବନ୍ୟା ଜଳ ପଶିଥିଲା । ଏଥିରେ ହଜାରରୁ ଅଧିକ ଘର ଜଳମଗ୍ନ ହୋଇଥିଲା । ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବାହିନୀ, ବିପର୍ଯ୍ୟୟ ପରିଚାଳନା ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏହାପରେ ପଞ୍ଚାୟତର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଅଳିଆ ଆବର୍ଜନା ସଫା କରିବା ଲାଗି ମିଳିତ ଉଦ୍ୟମ ଆରମ୍ଭ କରିଥିଲେ । ଏହି ସମୟରେ ସୁମିତ୍ରା ସୁନା ଅଳଙ୍କାର ଭର୍ତ୍ତି ଥିବା ବ୍ୟାଗଟି ପାଇଥିଲେ । ସେ ତିସ୍ତା ବଜାର ଅଞ୍ଚଳର ଅଧିବାସୀ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- Sikkim Flood: ହଜାରେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ

ବ୍ୟାଗଟି ପାଇବା ପରେ ସେ ସୋନଦା ପଞ୍ଚାୟତର ସଦସ୍ୟଙ୍କୁ ଜଣାଇଥିଲେ । ଏନେଇ ପଞ୍ଚାୟତ ସଦସ୍ୟ ନର୍ଦ୍ଦନ ଶେରପା କହିଛନ୍ତି, " ଏହି ବ୍ୟାଗରେ ସୁନା ଓ ରୂପା ଅଳଙ୍କାର ରହିଛି । ଯାହାର ମୂଲ୍ୟ ୭ରୁ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅନୁମାନ କରାଯାଉଛି ତିସ୍ତା ନଦୀରେ ବନ୍ୟା ଫଳରେ ଏହି ବ୍ୟାଗଟି ଭାସି ଆସିଛି । ଏବେ ଏହି ଅଳଙ୍କାରଗୁଡ଼ିକ ସୁମିତ୍ରାଙ୍କ ନିକଟରେ ରହିବ । ଯଦି ଏହାର ପ୍ରକୃତ ମାଲିକ ଆବଶ୍ୟକ ତଥ୍ୟ ଦେଇପାରିବେ, ତେବେ ଏହା ତାଙ୍କୁ ହସ୍ତାନ୍ତର କରାଯିବ । ଯଦି ଏପରି ନ ହେଲା ତେବେ ଅଳଙ୍କାର ନିଜ ପାଖରେ ରଖିବେ ସୁମିତ୍ରା । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details