ଓଡିଶା

odisha

ETV Bharat / bharat

HAR GHAR TIRANGA, ୨୫ ଟଙ୍କାରେ ଜାତୀୟ ପତାକା ବିକ୍ରି କରୁଛି ଡାକ ବିଭାଗ

ଦେଶର ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 11, 2022, 7:40 AM IST

ନୂଆଦିଲ୍ଲୀ: ଭାରତୀୟ ଡାକସେବା ପକ୍ଷରୁ ଜାତୀୟ ପତାକା (National flags) ଗୋଟିକୁ ୨୫ଟଙ୍କା ଦରରେ ବିକ୍ରି କରାଯାଉଛି । ଏହି ପତାକା ଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି । ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନଲାଇନରେ କିଣିପାରିବେ ।

ଠିକ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଦେଶର ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www.epostoffice.gov.in/ProductDetails/Guest_productDetailsProdid=ca6wTEVyMuWlqlgDBTtyTw== )ଜରିଆରେ ଅର୍ଡର କରିପାରିବେ ।

ଡାକବିଭାଗ ପହଞ୍ଚାଇବା ବାବଦ ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି । ସମୟୋଚିତ ପତାକା ପାଇବା ସୁନିଶ୍ଚିତ କରିବା ପାଇଁ ନାଗରିକ ମାନେ ଅଗଷ୍ଟ ୧୨ ମଧ୍ୟରାତ୍ରୀ ପୂର୍ବରୁ ଅନଲାଇନରେ ଅର୍ଡର କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ABOUT THE AUTHOR

...view details