ଓଡିଶା

odisha

ETV Bharat / bharat

ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ଏଣିକି ରାଜନୈତିକ ଦଳମାନେ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ । ଅଧିକ ପଢନ୍ତୁ...

ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

By

Published : Aug 10, 2021, 1:03 PM IST

Updated : Aug 10, 2021, 4:58 PM IST

ନୂଆଦିଲ୍ଲୀ: ଶକ୍ତ ହେଲେ ସୁପ୍ରିମକୋର୍ଟ । ରାଜନୈତିକ ଦଳକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଅପରାଧ ତାଲିକା ଜାରି କରିବେ ରାଜନୈତିକ ଦଳ । ଯାହା ରାଜନୈତିକ ଦଳ ପାଇଁ ଅଡୁଆରେ ପକାଇଛି । ଏନେଇ ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ପରେ ରାଜନୈତିକ ଦଳମାନଙ୍କରେ ଛନକା ପଶିଛି । ଏଣିକି ରାଜନୈତିକ ଦଳଗୁଡିକ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ ।

ରାଜନୈତିକ ଦଳରେ ଅପରାଧିକ ରେକର୍ଡ ନେଇ ଥିବା ଗାଇଡଲାଇନକୁ ଆହୁରି ଶକ୍ତ କରାଯାଇଛି । ଏହାସହତି ପୁରଣା ନିଷ୍ପତ୍ତିରେ ମଧ୍ୟ କରାଯାଇଛି ସୁଧାର । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ରାଜନୈତିକ ଦଳଗୁଡିକୁ ନିର୍ବାଚନ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମିର ରେକର୍ଡ ପ୍ରକାଶ କରିବାକୁପଡିବ । ଏ ସମ୍ବନ୍ଧରେ ୧୩ ଫେବୃଆରୀ ୨୦୨୦ରେ ନିଷ୍ପତ୍ତିରେ ସଂଶୋଧନ କରିଥିଲେ ସୁପ୍ରିମକୋର୍ଟ ।

ଫେବୃଆରୀ ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ସର୍ବୋଚ୍ଚ ଅଦାଲତ ଆଦେଶ ଦେଇଥିଲେ, ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ନାମାଙ୍କନ ଦାଖଲ ପ୍ରଥମ ତାରିଖରୁ ଅତିକମ୍‌ରେ ଦୁଇ ସପ୍ତାହ ପୂର୍ବରୁ ଅପରାଧିକ ପୃଷ୍ଠଭୂମି ତାଲିକା ଜାରି କରିବାକୁ ହେବ ।

ଏହାକୁ ମଧ୍ୟ ପଢନ୍ତୁ...ଭାରତୀୟ ରାଜନୀତିରେ ଅପରାଧୀଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ: ନିକଟରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ସହାୟତା ହେବ କି?

ଶୁଣାଣି ସମୟରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ପ୍ରାର୍ଥୀଙ୍କ ଅପରାo ତାଲିକା ଖୁଲାସା କରୁନଥିବା ଜାତୀୟ ଦଳ ବିରୋଧରେ ଆଇନ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଦଳର ନିର୍ବାଚନୀ ଚିହ୍ନକୁ ନିଲମ୍ବିତ କରାଯାଉ । ସୁପ୍ରମକୋର୍ଟ ଆଦେଶର ଉଲ୍ଲଂଘନ ମାମଲାରେ ଏହି ପରାମର୍ଶ ଦେଇଥିଲେ ନିର୍ବାଚନ ଆୟୋଗ ।

ବିହାର ବିଧାନସଭା ନିର୍ବାଚନରେ କିଛି ପ୍ରାର୍ଥୀ ନିଜ ବିରୋଧରେ ଥିବା ଅପରାଧିକ ମାମଲାର ସୂଚନା ଦେଇନଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା । ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ଆପଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 10, 2021, 4:58 PM IST

ABOUT THE AUTHOR

...view details