ଶ୍ରୀନଗର:ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ(Militant Attack in Pulwama), ପୁଲଓ୍ବାମାର ପିଙ୍ଗଲାନା ଠାରେ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ(CRPF) ଯବାନ ଆହତ ହୋଇଛନ୍ତି (Policeman killed CRPF trooper injured in militant attack )। ଏନେଇ କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପିଙ୍ଗଲାନାରେ CRPF ଏବଂ ପୋଲିସର ମିଳିତ ନାକା ପାର୍ଟି ଚାଲିଥିବାବେଳେ, ଆତଙ୍କବାଦୀ ଆକ୍ରମଣ କରିଥିଲେ ।
ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାବାହୀନୀ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସେହିପରି ଆଜି (ରବିବାର) ସକାଳ ସମୟରେ ଜମ୍ମୁ କାଶ୍ମୀରର ସୋପିଆନର ବାସକୁଚାନ ଇମାମସାହିବରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଗୁଳି ବିନିମୟ ହୋଇଥିବାବେଳେ, ଜଣେ ଆତଙ୍କୀକୁ ନିପାତ କରିଥିଲା ସୁରକ୍ଷାବଳ ।
ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି ସୁରକ୍ଷାବାହିନୀ । ନିପାତ ଆତଙ୍କୀ ହେଲା ନାଓପୋରାର ନାଶିର ଅହମ୍ମଦ ଭଟ୍ଟ । ସେ ଲସ୍କର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି । ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା ।