ଓଡିଶା

odisha

ETV Bharat / bharat

ସାଙ୍ଗକୁ ମାରି ପୋତିଦେଇଥିଲା ଅଭିଯୁକ୍ତ, 20 ବର୍ଷ ପରେ କଙ୍କାଳ ଉଦ୍ଧାର ! - ଯୁବକଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ

ନିଖୋଜର 20 ବର୍ଷ ପରେ ଯୁବକଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ । ଗାର୍ଲଫ୍ରେଣ୍ଡକୁ ନିର୍ଯାତନା ଦେବାରୁ ଯୁବକଙ୍କୁ ହତ୍ୟା କରିଥିଲେ ତାଙ୍କ ସାଙ୍ଗ । ଅଧିକ ପଢନ୍ତୁ

Balod alleged murder
Balod alleged murder

By

Published : Apr 21, 2023, 2:21 PM IST

ରାୟପୁର:ଗର୍ଲଫ୍ରେଣ୍ଡକୁ ନିର୍ଯାତନା ଦେବାରୁ ସାଙ୍ଗ ସାଜିଲା ସଇତାନ । ସାଙ୍ଗକୁ ହତ୍ୟା କରି ମାଟିରେ ପୋତି ଦେଲା ସାଙ୍ଗ । ଗତ 2003ରେ ଛତିଶଗଡରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଦୀର୍ଘ 20 ବର୍ଷ ପରେ ମୃତ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ । ଗତ 2021ରେ ଅଭିଯୁକ୍ତ ଜଣଙ୍କ ନିଜ ସାଙ୍ଗକୁ ହତ୍ୟା କରିଥିଲା ସ୍ବୀକାର କରିଥିଲା । ମୃତକ ଜଣଙ୍କ ହେଉଛନ୍ତି ଛବେଶ୍ବର ଗୋଏଲ ଓ ଅଭିଯୁକ୍ତ ଜଣଙ୍କ ହେଉଛି ଟିକମା କୋଲିଆର । ତେବେ ଜବତ ହାଡ ଛବେଶ୍ବରଙ୍କ ନା ଆଉ କାହାର ତାହା ଡିଏନଏ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ।

ଘଟଣାଟି ଥିଲା ଏମିତି: ଗତ 2003ରେ ଛବେଶ୍ବର ଗୋଏଲ ଓ ଟିକମା କୋଲିଆର ଦୁହେଁ ଭଲ ବନ୍ଧୁ ଥିଲେ । ସେତେବେଳେ ଉଭୟଙ୍କ ବୟସ 18 ବର୍ଷ ହୋଇଥିଲା । ଟିକମା କୋଲିଆରଙ୍କ ଜଣେ ଗର୍ଲଫ୍ରେଣ୍ଡ ମଧ୍ୟ ରହିଥିଲେ । କିନ୍ତୁ ସେହି ଯୁବତୀଙ୍କୁ ଖରାପ ନଜରରେ ଦେଖୁଥିଲା ଛବେଶ୍ବର । ଅନେକ ସମୟରେ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲା । ଏହା ଜାଣିବାପରେ ନିଜର ରାଗକୁ ଆଉ କଣ୍ଟ୍ରୋଲ କରିପାରିନଥିଲା ଟିକମା । ଶେଷରେ ଏକ ବାଡି ସାହାଯ୍ୟରେ ଛବେଶ୍ବରଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ମାଟିରେ ପୋତି ଦେଇଥିଲା ।

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲା । ଗତ 2021 ମସିହାରେ ପୋଲିସ ଅଭିଯୁକ୍ତ ଟିକମା କୋଲିଆରଙ୍କୁ ଗିରଫ କରିଥିବା ବେଳେ ସେ ତା ସାଙ୍ଗକୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ମାନିଥିଲା । କିନ୍ତୁ ସେ ସମୟରେ ହଠାତ ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇ ବସାଇବାରୁ ତଦନ୍ତ ଅଧାରେ ଅଟକି ଯାଇଥିଲା । କିନ୍ତୁ ଛବେଶ୍ୱରଙ୍କ ବାପା ଜଗଦୀଶ ଗୋୟଲ ଏହି ମାମଲାର ପୁନଃଅନୁସନ୍ଧାନ କରିବାକୁ ଜିଦ ଧରିଥିଲେ । ଏନେଇ ସେ ଅନେକ ଆବେଦନ କରିଥିଲେ ଏବଂ ଶେଷରେ 2023 ମସିହାରେ ଏହି ମାମଲାରେ ପୁଣି ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Rape Case: ଯାତ୍ରା ଦେଖି ଫେରିବା ସମୟରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ! ଅଭିଯୁକ୍ତ ଫେରାର

ତେବେ ତଦନ୍ତ ସମୟରେ ବାଲୋଡ ପୋଲିସ ଷ୍ଟେସନ ଅଧିନ କର୍କାଭଟ ଗ୍ରାମରେ ଏକ ଡ୍ୟାମ ନିକଟରୁ ଗତ 19 ତାରିଖରେ କିଛି ହାଡ, ଚିରିଯାଇଥିବା ପୋଷାକ ଏବଂ ଗୋଟିଏ ଟଙ୍କା ମୁଦ୍ରା ଜବତ କରିଥିଲା । ଏହାପରେ ଏହି କଙ୍କାଳ କାହାର ତାହା ଜାଣିବା ପାଇଁ ହାଡକୁ ପରୀକ୍ଷଣ ପାଇଁ ଫରେନସିକ ଲ୍ୟାବକୁ ପଠାଇଥିଲା ପୋଲିସ । ତେବେ ଡିଏନଏ ରିପୋର୍ଟ ଆସିବା ପରେ ଏ କଙ୍କାଳ ଛବେଶ୍ବରଙ୍କର ନା ଆଉ କାହାର ତାହା ସ୍ପଷ୍ଟ ହୋଇଯିବ ।

ABOUT THE AUTHOR

...view details