ଓଡିଶା

odisha

ETV Bharat / bharat

ସୁରକ୍ଷା ବଦଳରେ ମଇଁଷିଙ୍କ ସେବାରେ ପୋଲିସ କର୍ମୀ, ଜାଣନ୍ତୁ କାରଣ - ଛତିଶଗଡ ଜିଲ୍ଲା

ଛତିଶଗଡ଼ର ଏକ ଜିଲ୍ଲାରେ ସୁରକ୍ଷା ପରିବର୍ତ୍ତେ ମଇଁଷିଙ୍କ ସେବାରେ ଲାଗିଛନ୍ତି କିଛି ପୋଲିସ କର୍ମୀ । ପ୍ରତିଦିନ ଜଣେ କର୍ମୀ ମଇଁଷିମାନଙ୍କ ଦେଖାରଖା କରୁଛନ୍ତି । ଏହାର କାରଣ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Police personnel turns into buffalo guard
Police personnel turns into buffalo guard

By

Published : Mar 5, 2023, 9:28 PM IST

ସୁରକ୍ଷା ବଦଳରେ ମଇଁଷିଙ୍କ ସେବାରେ ପୋଲିସ କର୍ମୀ, ଜାଣନ୍ତୁ କାରଣ

ରାୟପୁର:ଲୋକଙ୍କ ସେବାରେ ନୁହେଁ, ବରଂ ଏଠାରେ ମଇଁଷି ସେବାରେ ଲାଗିଛି ପୋଲିସ । ଜଣେ ପୋଲିସ କର୍ମଚାରୀ ପ୍ରତିଦିନ ୫ଟି ମଇଁଷିର ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ ଯତ୍ନ ନେଉଛନ୍ତି । ଛତିଶଗଡ଼ ମହେନ୍ଦ୍ରଗଡ଼-ଚିମଡି-ଭରତପୁର ଜିଲ୍ଲା ନିକଟ ଭରତପୁରର ପୋଣ୍ଡି ଥାନାରୁ ଆସିଛି ଏପରି ଦୃଶ୍ୟ । ତେବେ ଏଠାକାର ପୋଲିସ ଏକ ମଇଁଷି ଚୋରାଚାଲାଣ ହେଉଥିବା ଗ୍ୟାଙ୍ଗକୁ କାବୁ କରିବା ପରେ ଏହି ମଇଁଷିମାନଙ୍କର ଦେଖାରଖା କରି ଆସୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ପୋଣ୍ଡି ଥାନାର ନାଗପୁର ହାଇୱେ ପୋଲିସ ବେଆଇନ ପଶୁ ଚାଲାଣ କରୁଥିବା ଏକ ଗ୍ୟାଙ୍ଗ୍‌କୁ କାବୁ କରିଥିଲା । ଏହାପରେ ପିକ୍‌ଅପ୍‌ ଭ୍ୟାନରୁ ୫ଟି ମଇଁଷିକୁ ଉଦ୍ଧାର କରିବା ସହିତ ଅପରାଧୀମାନଙ୍କୁ ହେପାଜତକୁ ନେଇଥିଲା । ମାତ୍ର ଏବେ ଉଦ୍ଧାର ହୋଇଥିବା ମଇଁଷି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଏହି ଜିଲ୍ଲାରେ ପୂର୍ବରୁ ପୋଲିସ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ସେପଟେ ପ୍ରତିଦିନ ଜଣେ ପୋଲିସ କର୍ମଚାରୀ ମଇଁଷିଙ୍କ ସେବାରେ ନିୟୋଜିତ ହୋଇଛନ୍ତି ।

ଏହା ବି ପଢନ୍ତୁ- ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଘୋଷଣା କରିବା ଆବଶ୍ୟକ: ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ

ସକାଳୁ ରାତି ପର୍ଯ୍ୟନ୍ତ ସେମାନେ ମଇଁଷିମାନଙ୍କୁ କୁଣ୍ଡା, ନଡ଼ା ଆଦି ଖାଇବାକୁ ଦେବା ସହିତ ଜାର୍‌ରେ ପାଣି ଆଣି ସେମାନଙ୍କୁ ପାଣି ପିଇବାକୁ ଦେଉଛନ୍ତି । ଏନେଇ ଅତିରିକ୍ତ ଏସ୍‌ପି ନିମେଷ ବରୈୟା କହିଛନ୍ତି, "ବର୍ତ୍ତମାନ ସମସ୍ତ ମଇଁଷିମାନଙ୍କୁ ଥାନାର କ୍ୟାମ୍ପସ ମଧ୍ୟରେ ରଖାଯାଇଛି । ମଇଁଷିମାନଙ୍କ ମାଲିକମାନଙ୍କୁ ଖୋଜା ଚାଲିଛି । ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିବା ପରେ ଏହି ମଇଁଷିମାନଙ୍କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯିବ । ସେପର୍ଯ୍ୟନ୍ତ ଏଠାରେ ହିଁ ମଇଁଷିମାନେ ରହିବେ । ଏଥିଲାଗି ପ୍ରତିଦିନ ଜଣେ ପୋଲିସ କର୍ମଚାରୀଙ୍କୁ ଏହି ପଶୁମାନଙ୍କ ଦେଖାରଖା ଲାଗି ନିୟୋଜିତ କରାଯାଉଛି । ଆଶା କରାଯାଉଛି ଖୁବଶୀଘ୍ର ମାଲିକମାନଙ୍କ ସମ୍ବନ୍ଧରେ ସୂଚନା ମିଳିବ ।"

ଏପର୍ଯ୍ୟନ୍ତ ଏହି ଚୋରାଚାଲାଣ ହେଉଥିବା ପଶୁଙ୍କ ମାଲିକମାନଙ୍କ ପତ୍ତା ମିଳିନାହିଁ । ଯଦି ଏଥିରେ ବିଳମ୍ବ ହୁଏ ତେବେ ପରବର୍ତ୍ତୀ ସମୟରେ ମଇଁଷିମାନଙ୍କୁ ସରପଞ୍ଚଙ୍କ ଦାୟିତ୍ବରେ ଗୋଶାଳାରେ ଛଡ଼ାଯିବ । ଏହାପରେ ଗୋଶାଳା ମାଲିକ ସେମାନଙ୍କ ଦେଖାରଖା କରିବେ । ସୂଚନା ଥାଉ କି କିଛି ପଶୁଙ୍କୁ ଚୋରା ଚାଲାଣ କରାଯାଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୋଲିସ ପିକଅପ ଭ୍ୟାନରେ ନିଆଯାଉଥିବା ଏହି ପଶୁଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ । ତେବେ ସେମାନଙ୍କ ବିରୋଧରେ ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଧାରା ୪,୬ ଓ ପଶୁ ସୁରକ୍ଷା ଅଧିନିୟମ ୧୧(୧)(D) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ABOUT THE AUTHOR

...view details