ଓଡିଶା

odisha

By ETV Bharat Odisha Team

Published : Dec 7, 2023, 9:25 PM IST

ETV Bharat / bharat

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ତ୍ରୀ, ପ୍ରେମିକା ସହ ମିଶି ରାସ୍ତାରୁ ହଟାଇ ଦେଲା କନେଷ୍ଟବଳ ସ୍ବାମୀ

ସ୍ବାମୀଙ୍କ ପରକୀୟା ପ୍ରକୃତି ନେଲା ସ୍ତ୍ରୀର ଜୀବନ । ଜଙ୍ଗଲରୁ ମିଳିଲା ବିବାହିତାଙ୍କ ମୃତଦେହ । ସ୍ବାମୀ ତାଙ୍କ ପ୍ରେମିକା ସହ ମିଶି ହତ୍ୟା କରିଥିବା ଅଭିଯୋଗ । ଆଗକୁ ପଢ଼ନ୍ତୁ,

ପ୍ରେମିକା ପାଇଁ ସ୍ତ୍ରୀର ହତ୍ୟା କଲେ ସ୍ବାମୀ
ପ୍ରେମିକା ପାଇଁ ସ୍ତ୍ରୀର ହତ୍ୟା କଲେ ସ୍ବାମୀ

ପ୍ରେମିକା ପାଇଁ ସ୍ତ୍ରୀର ହତ୍ୟା କଲେ ସ୍ବାମୀ

ଗାନ୍ଧୀନଗର: ସ୍ବାମୀଙ୍କ ପରକୀୟା ପ୍ରୀତି ନେଲା ସ୍ତ୍ରୀର ଜୀବନ । ଜଙ୍ଗଲରୁ ମିଳିଲା ବିବାହିତା ମହିଳା ମୃତଦେହ । ସ୍ବାମୀ ପ୍ରେମିକା ସହ ମିଶି ହତ୍ୟା କରିଥିବା ଅଭିଯୋଗ । ମୃତକଙ୍କ ସ୍ବାମୀ ପୋଲିସ କନେଷ୍ଟବଳ ଥିବା ବେଳେ, ତାଙ୍କ ଅବୈଧ ସମ୍ପର୍କରେ କଣ୍ଟା ସାଜିଥିଲେ ତାଙ୍କ ସ୍ତ୍ରୀ । ତେଣୁ ତାଙ୍କ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ପୋଲିସର ତଦନ୍ତ ଜାରି ରହିଛି । ମୃତକଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି ।

ଛୋଟ ଉଦୟପୁରର ପିପଲେଜ ଗ୍ରାମର ଜଙ୍ଗଲ ସୀମାରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି । ସେ ଛୋଟ ଉଦୟପୁରର ପୋଲିସ ଷ୍ଟେସନରେ କନେଷ୍ଟବଳ ଥିବା ବନସନ ଭାଇଙ୍କ ସ୍ତ୍ରୀ କେଲିବେନ । ତେବେ ଗତ ଏକ ବର୍ଷ ହେବ ଅଭିଯୁକ୍ତ କନେଷ୍ଟବଳ ଆଉ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ମୃତକଙ୍କ ପରିବାର ଲୋକ କହିଛନ୍ତି । କେଲିବେନଙ୍କୁ ଏସବୁ ଘଟଣା ଜାଣିବା ପରେ ସେ ବହୁବାର ଆକଟ ମଧ୍ୟ କରିଥିଲେ । ଫଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା । ତେବେ ମିଳିଥିବା ମୃତଦେହରେ 20ରୁ 25 କ୍ଷତ ଥିବା ବେଳେ ତାଙ୍କୁ ଛୁରୀରେ ହତ୍ୟା କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ .....୨୦୨୨ ରାଜଭବନ ଚନ୍ଦୁ ହତ୍ୟା ଘଟଣା, ହତ୍ୟାକାରୀ କାହ୍ନାକୁ ଆଜୀବନ କାରାଦଣ୍ଡ

ଛୋଟ ଉଦୟପୁରର ପିପଲେଜ ଗ୍ରାମର ଜଙ୍ଗଲ ସୀମାରେ ମୃତଦେହ ମିଳିବା ପରେ ବନ ବିଭାଗ ପୋଲିସକୁ ଖବର ଦେଇଥିଲା । ପୋଲିସ ଆସିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥିସହ ମୃତକଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି । ମୃତକଙ୍କ ଭାଇ କହିଛନ୍ତି ଯେ, ‘‘ବନସନ ହେଉଛନ୍ତି ତାଙ୍କ ଭିଣେଇ । ତାଙ୍କ ଭଉଣୀଙ୍କୁ ବନସନ ହିଁ ହତ୍ୟା କରିଛନ୍ତି । ଆମେ ତାଙ୍କ ବିରୁଦ୍ଧରେ ଏତଲା ଦେଇଛୁ ।’’ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ବନସନଙ୍କର ବର୍ଷେ ହେବ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ସହ ସେ ସେହି ମହିଳାଙ୍କ ସାଙ୍ଗରେ ରହୁଥିଲେ । ତେବେ କେଲିବେନ ତାଙ୍କ ରାସ୍ତାରେ ବାଧା ଥିବାରୁ ବନସନ ତାଙ୍କର ହତ୍ୟା କରିଥିବା ଅଭିଯୋଗ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details