ଓଡିଶା

odisha

ETV Bharat / bharat

IPS ଅଫିସର ପରିଚୟ ଦେଇ ଠକୁଥିଲା ଯୁବକ, ବାନ୍ଧିଲା ପୋଲିସ

ଫେକ ଆକାଉଣ୍ଟ ଖୋଲି ନିଜ ଆଇପିଏସ ଅଫିସର ପରିଚୟ ଦେଉଥିଲେ ଯୁବକ । ପ୍ରେମ ଜାଲରେ ଫସାଉଥିଲେ ମହିଳା ଓ ଯୁବତୀଙ୍କୁ । ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

police arrested fake ips in delhi
IPS ହୋଇ ଠକୁଥିଲା ଯୁବକ

By

Published : Dec 19, 2022, 2:44 PM IST

IPS ନାଁରେ ଠକୁଥିଲା ଯୁବକ

ନୂଆଦିଲ୍ଲୀ: ପାଠ ପଢିଥିଲେ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ, କିନ୍ତୁ ନିଜେକୁ IPS ଅଫିସରର ପରିଚୟ ଦେଉଥିଲେ । ସୋସିଆଲ ମିଡିଆରେ IPS ଅଧିକାରୀ ଭାବେ ଏକ ଆକାଉଣ୍ଟ ଖୋଲି ବିବାହିତା ମହିଳାଙ୍କ ସହ ସମ୍ପର୍କ ବଢାଉଥିଲେ । ସମ୍ପର୍କ ଟିକିଏ ନିବିଡ ହେବାପରେ ଯୁବତୀ ଓ ମହିଳାଙ୍କୁ ଧୋକା ଦେବା ସହ ପ୍ରତାରଣ ଆରମ୍ଭ କରିଦେଉଥିଲା ଠକ । ଏଭଳି ଜଣେ ଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁ୍କ୍ତ ଜଣଙ୍କ ହେଉଛି ବିକାଶ ଗୌତମ ।

IPS ନାଁରେ ଠକୁଥିଲା ଯୁବକ

ଏନେଇ ଡିସିପି ହରେନ୍ଦ୍ର ସିଂ କହିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କୁ ବିକାଶ ଗୌତମ । ସେ ଗ୍ୱାଲିୟରର ବାସିନ୍ଦା, ଯୁବକ ଜଣଙ୍କ ସୋସିଆଲ ମିଡିଆରେ IPS ବିକାଶ ଯାଦବ ନାମରେ ଏକ ଆକାଉଣ୍ଟ ଖୋଲିଥିଲେ । ମିଥ୍ୟା ପରିଚୟ ଦେଇ ବିବାହିତ ମହିଳା ଓ ଯୁବତୀଙ୍କ ସହ କଥା ହେଉଥିଲେ । ସେ ଅଷ୍ଟମ ପାସ୍ ହୋଇଥିବା ବେଳେ ନିଜେ IIT କାନପୁର ପାସଆଉଟ୍ ଏବଂ ୟୁପି କ୍ୟାଡରର 2021 ବ୍ୟାଚ୍ ଆଇପିଏସ୍ ଅଧିକାରୀ ବୋଲି କହୁଥିଲା । ଫଳରେ ଅନେକ ମହିଳା ତାଙ୍କୁ ବିଶ୍ବାସ କରି ଠକେଇର ଶିକାର ହେଉଥିଲେ । ଏନେଇ ଗତ ଡିସେମ୍ବର ୧୭ରରେ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ଅଭିଯୁକ୍ତକୁ ପଚରାଉଚରା ସମୟରରେ ସେ ମଧ୍ୟପ୍ରଦେଶର ଗ୍ୱାଲିଅରରେ IITରେ ପାଠ ପଢୁଥିଲେ ବିକାଶ ଗୌତମ । ପାଠ ପଢା ସରିବା ପରେ ସେ ଦିଲ୍ଲୀ ଆସିଥିଲେ । ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କରିଥିଲେ ଯେଉଁଠାରେ ଅଧିକାଂଶ ଲୋକ ସିଭିଲ ସର୍ଭିସ ପାଇଁ ପାଠ ପଢୁଥିଲେ । ଏହା ଦେଖି ନିଜକୁ IPS ଅଫିସରର ପରିଚୟ ଦେଇ ଠକେଇ କରିବା ପାଇଁ ସେ ଚିନ୍ତା କରିଥିଲେ । ଏହାପରେ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲ ବଦଳାଇ ଠକାମିର ଜାଲ ବିଛାଇଥିଲା ଠକ ।

ABOUT THE AUTHOR

...view details