ଓଡିଶା

odisha

ETV Bharat / bharat

ନୂଆ ଭାରତର ସ୍ବପ୍ନ ଜିଲ୍ଲାରୁ ଆରମ୍ଭ ହେବ କହିଲେ ମୋଦି, ଆକାଂକ୍ଷା ଜିଲ୍ଲାରେ ବିକାଶ କାର୍ଯ୍ୟକୁ କଲେ ପ୍ରଶଂସା - ପ୍ରଧାନମନ୍ତ୍ରୀ ଜିଲ୍ଲାପାଳ ଆଲୋଚନା

ଶନିବାର ଜିଲ୍ଲାପାଳଙ୍କ(ଡିଏମ୍) ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରୀ ଯୋଜନା ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା କରିବା ଏକ ସୌଭାଗ୍ୟ ଅଟେ। ଅଧିକ ପଢ଼ନ୍ତୁ

pm virtually  interact with dms of various districts
ନୂଆ ଭାରତର ସ୍ବପ୍ନ ଜିଲ୍ଲାରୁ ଆରମ୍ଭ ହେବ: ମୋଦି

By

Published : Jan 22, 2022, 3:58 PM IST

ନୂଆଦିଲ୍ଲୀ: ଆଜି (ଶନିବାର) ବିଭିନ୍ନ ଜିଲ୍ଲାପାଳଙ୍କ(ଡିଏମ୍) ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରୀ ଯୋଜନା ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା କରିବା ଏକ ସୌଭାଗ୍ୟ ଅଟେ ଏବଂ ସମସ୍ତେ ଏହି କାର୍ଯ୍ୟରେ ସାମିଲ ରହିବା ଉଚିତ । ନୂଆ ଭାରତର ସ୍ବପ୍ନ ସମସ୍ତ ଜିଲ୍ଲା ଓ ଗ୍ରାମରୁ ହିଁ ପୂରଣ ହୋଇପାରିବ ବୋଲି ମୋଦି କହିଛନ୍ତି । ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ଦେଶର ଅନେକ ଆକାଂକ୍ଷା ଜିଲ୍ଲାମାନଙ୍କରେ ବିକାଶ ଘଟିଛି । ତେଣୁ ଜିଲ୍ଲାପାଳମାନଙ୍କ ଏଭଳି କୌଶଳ ଯୋଗୁଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଥିଲେ।

ଆଜାଦୀ କା ଅମୃତ ମହୋତ୍ସବରେ ଜିଲ୍ଲାପାଳଙ୍କୁ ନୂଆ ଲକ୍ଷ୍ୟ ରଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାକୁ ନେଇ ସରକାର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି, ଯାହା ଫଳରେ ସଭିଙ୍କ ସହଯୋଗ ରହିବ ଏବଂ ସମସ୍ତ ଜିଲ୍ଲାର ବିକାଶ କ୍ଷେତ୍ରରେ ଆଗକୁ ବଢ଼ିବାରେ ସଫଳ ହୋଇପାରିବ। ସୁଶାସନ ପାଇଁ ବ୍ଲକ ସ୍ତରରେ ମନିଟରିଂ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରଙ୍କ ବିକାଶମୂଳକ ଯୋଜନାରୁ କୌଣସି ଜିଲ୍ଲା ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ, ସବୁ ଜିଲ୍ଲାପାଳ ଏକତ୍ରିତ ହୋଇ କାମ କଲେ ଉତ୍ତମ ଫଳ ମିଳିବ । କେତେକ ଜିଲ୍ଲା ଗୁଡ଼ିକ ପଛୁଆ ଜିଲ୍ଲାରେ ସ୍ଥାନ ପାଇଛି। ଉକ୍ତ ଜିଲ୍ଲା ଗୁଡ଼ିକରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ସଠିକ ଭାବେ ଉପଯୋଗ କରାଯାଇ ନାହିଁ। ତେଣୁ ସେହି ସବୁ ଜିଲ୍ଲା ପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି।

@ANI

ABOUT THE AUTHOR

...view details