ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବେ ବଢି ଚାଲିଥିବା ତୈଳ ଓ ଇନ୍ଧନ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିରୋଧୀ ମୋଦି ସରକାରଙ୍କୁ ସମାଲୋଚନା ଓ ପ୍ରତିବାଦ କରି ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରସଙ୍ଗରେ ରାଜ୍ୟମାନଙ୍କ ଭୂମିକାକୁ ସାମ୍ନାକୁ ଆଣିଛନ୍ତି । ଇନ୍ଧନ ଦର ଉପରେ ରାଜ୍ୟମାନେ Value Added Tax (VAT) ପରିମାଣରେ ହ୍ରାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜ୍ୟ-କେନ୍ଦ୍ର ସଙ୍ଗୀୟ ବ୍ୟବସ୍ଥାର ସହଯୋଗର ଉଦାହରଣ ଦେଇ ମୋଦି କହିଛନ୍ତି, ଯେଉଁ ରାଜ୍ୟମାନଙ୍କରେ VAT ହାରରେ ହ୍ରାସ କରାଯାଇଛି, ସେଠାରେ ଇନ୍ଧନ ଦର ମଧ୍ୟ ଅପେକ୍ଷାକୃତ କମ ରହିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କୋଭିଡ ସଙ୍କଟ ସମୟରେ କେନ୍ଦ୍ର-ରାଜ୍ୟ ସହଯୋଗପୂର୍ଣ୍ଣ ଭାବେ ମୁକାବିଲା କରିଛନ୍ତି । ବର୍ତ୍ତମାନ ଦେଖାଯାଇଥିବା ଯୁଦ୍ଧ ପରିସ୍ଥିତି ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି । ଦରଦାମ ଓ ବିଶ୍ବ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ବର୍ତ୍ତମାନ ସମୟରେ ମଧ୍ୟ ଏହାର ମୁକାବିଲା ପାଇଁ ରାଜ୍ୟମାନେ ମିଳିତ ସହଯୋଗ ପ୍ରଦାନ କରନ୍ତୁ ।