ଡେରାଡୁନ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତ କରିଛନ୍ତି(PM Modi Visits Kedarnath) । ଏହି ପବିତ୍ର ଧାମରେ ପହଞ୍ଚି ମୋଦି ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା ସହ ଶିବଶମ୍ଭୁଙ୍କ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଖାସ୍ ଅନ୍ଦାଜରେ ନଜର ଆସିଛନ୍ତି ।
ବାବାଙ୍କ ଦର୍ଶନ ସମୟରେ ତାଙ୍କୁ ପାହାଡି ପୋଷାକ ପରିଧାନ କରିଥିବାର ଦେଖିବାକୁ ମିଳିଛି । ସେ ଆକର୍ଷଣୀୟ ପୋଷାକ ସାଙ୍ଗକୁ ମୁଣ୍ଡରେ ପାହାଡି ଟୋପି ପିନ୍ଧିଛନ୍ତି (PM Narendra Modi Wearing Pahadi Topi) ।କୁହାଯାଉଛି ହିମାଚଳ ପ୍ରଦେଶ ଚମ୍ବାର ଏକ ମହିଳା ମୋଦିଙ୍କୁ ଏହି ପୋଷାକ ଉପହାର କରିଥିଲେ । ଉକ୍ତ ମହିଳା ନିଜ ହାତରେ ଏହି ପୋଷକ ତିଆରି କରିଥିଲେ ।
ଉପହାର ଗ୍ରହଣ କରି ପ୍ରଧାମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ କୌଣସି ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ଯିବା ଅବସରରେ ଏହାକୁ ପରିଧାନ କରିବେ । ଆଜି କେଦାରନାଥରେ ପ୍ରଧାନମନ୍ତ୍ରୀ ସେହି ପୋଷାକ ପିନ୍ଧିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦି କୌଣସି ଖାସ୍ ସମୟରେ ହିଁ ପାହାଡି ପୋଷାକରେ ନଜର ଆସିଥାନ୍ତି । ୭୩ତମ ସ୍ବାଧୀନତା ଦିବସ ଅବସରରେ ମଧ୍ୟ ମୋଦି ଉତ୍ତରାଖଣ୍ଡର ପାହାଡି ଟୋପି ପିନ୍ଧିଥିଲେ । ଯାହା ସେହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।