ଅଯୋଧ୍ୟା:ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ତା ପୂର୍ବରୁ ଆସନ୍ତାକାଲି (ଡିସେମ୍ବର ୩୦) ଅଯୋଧ୍ୟାର ଭବ୍ୟ ରେଳ ଷ୍ଟେସନ ' ଅଯୋଧ୍ୟା ଜଙ୍କସନ'ର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳ ୧୧ଟା ୧୫ ମିନିଟରେ ଏହି ଅତ୍ୟାଧୁନିକ ରେଳ ଷ୍ଟେସନର ଉଦଘାଟନ କରିବେ । ୨୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଯୋଧ୍ୟା ଜଙ୍କସନ । ତିନି ତାଲା ବିଶିଷ୍ଟ ଏହି ହାଇଟେକ୍ ରେଳ ଷ୍ଟେସନରେ ରହିଛି ଲିଫ୍ଟ, ଏସକ୍ସାଲେଟରର୍ସ, ଫୁଡ୍ ପ୍ଲାଜା, ଚାଇଲ୍ଡ କେୟାର ରୁମ୍, ବିଶ୍ରାମାଗାର ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ।
ପ୍ରଧୀନମନ୍ତ୍ରୀ ଆସନ୍ତାକାଲି ସକାଳ ସକାଳ 11:15 ମିନିଟରେ ଷ୍ଟେସନର ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଅମୃତ ଭାରତ ଏକ୍ସପ୍ରେସ ଦେଶରେ ଏକ ନୂଆ ବର୍ଗର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଆକର୍ଷଣୀୟ ସିଟ୍ ଡିଜାଇନ୍, ଉନ୍ନତ ଲଗେଜ୍ ରଖିବା ସ୍ଥାନ, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି ଏବଂ ଏକ ଜନ ସୂଚନା ପ୍ରଣାଳୀ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ।
ଏହାମଧ୍ୟ ପଢନ୍ତୁ: ମହର୍ଷି ବାଲ୍ମିକୀ ନାମରେ ନାମିତ ହେଲା ଅଯୋଧ୍ୟା ଏୟାରପୋର୍ଟ