ଓଡିଶା

odisha

ETV Bharat / bharat

ଭାରତ ଆସିବାକୁ ବାଇଡେନଙ୍କୁ ଆମନ୍ତ୍ରଣ କଲେ ମୋଦି

ଭାରତ ଗସ୍ତରେ ଆସିବାକୁ ଜୋ ବାଇଡେନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଭାରତ ଆସିବାକୁ ବାଇଡେନଙ୍କୁ ଆମନ୍ତ୍ରଣ କଲେ ମୋଦି
ଭାରତ ଆସିବାକୁ ବାଇଡେନଙ୍କୁ ଆମନ୍ତ୍ରଣ କଲେ ମୋଦି

By

Published : Sep 25, 2021, 10:13 AM IST

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ତେବେ ମୋଦି ବାଇଡେନଙ୍କୁ ଆମନ୍ତ୍ରଣ କରିବା ସହ ଉଭୟ ଦେଶ ପାରସ୍ପରିକ ଆଲୋଚନା ପାଇଁ ନୂଆଦିଲ୍ଲୀ ଆମେରିକାର ନେତାଙ୍କ ଗସ୍ତକୁ ଅପେକ୍ଷା କରିଛି ବୋଲି ମନ୍ତ୍ରଣାଳୟ କହିଛି ।

ଏକ ସ୍ବତନ୍ତ୍ର ବୈଠକରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜୋ ବାଇଡେନଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ବାଇଡେନ ମଧ୍ୟ ଏନେଇ ଧନ୍ୟବାଦ ଜଣାଇଛନ୍ତି ।

ତେବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାୟ 57 ମିନିଟ୍ ଧରି ଚାଲିଥିଲା । ଏହି ସମୟରେ ପିଏମ ମୋଦି କହିଥିଲେ ଯେ ଭାରତ-ଆମେରିକା ସମ୍ପର୍କ ସମଗ୍ର ବିଶ୍ବ ପାଇଁ ଲାଭଦାୟକ ହେବ । ଉଭୟ ଦେଶର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏବି ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

ABOUT THE AUTHOR

...view details