ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିବୃତି ରଖିଛନ୍ତି । ଏହି ଅବସରରେ କୃଷି ବିଲକୁ ନେଇ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ ମୋଦି । ଏହାସହ ଆନ୍ଦୋଳନରେ ବସିଥିବା ସମସ୍ତ କୃଷକଙ୍କୁ ଜିଦରୁ ଓହରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ଚାଷୀ ଆନ୍ଦୋଳନକୁ ନେଇ କୃଷକଙ୍କ ମନରୁ ଭ୍ରମ ଦୂର କରିବାକୁ ବୁଝାଇବା ସହ ଦେଶକୁ ଆଗକୁ ନେବାକୁ ହେବ । ଏମଏସପିକୁ ନେଇ କୌଣସି ଚାଷୀ ଦ୍ବନ୍ଦରେ ରହିବା ଉଚିତ୍ ନୁହେଁ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ନେଇ ବହୁତ ରାଜନୀତି ହେଉଛି । ଏହାକୁ ଏବେ ବନ୍ଦ କରାଯାଉ।
ଏହାସହ ଚାଷୀ ଆନ୍ଦୋଳନକୁ ନେଇ ଗୃହରେ ଖୁବ୍ ଚର୍ଚ୍ଚା ହେଲା କିନ୍ତୁ ଏହାର ମୁଖ୍ୟ କାରଣ କଣ କେହି ପଦେ ଅଧେ ବି କହିଲେନି ? କଣ ପାଇଁ ଆଜି ଦୀର୍ଘ ଧରି ଆନ୍ଦୋଳନ ବଳବତ୍ତର ରହିଛି କେହି ମୁହଁ ଖୋଲି କହିଲେନି ? ଆନ୍ଦୋଳନର ମୁଖ୍ୟ କାରଣ ଉପରେ ଚର୍ଚ୍ଚା ନହୋଇ କେବଳ ଚାଷୀଙ୍କୁ ଭ୍ରମିତ କରାଯାଉଛି ।