ଓଡିଶା

odisha

ETV Bharat / bharat

ବାଂଲାଦେଶରେ ମୋଦିଙ୍କ ଆଚରଣ ବିଧି ଉଲ୍ଲଂଘନ ! ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କଲା TMC - ଆଚାର ସହିଂତା ଉଲ୍ଲଂଘନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ହଜମ କରିପାରୁନାହିଁ ତୃଣମୂଳ କଂଗ୍ରେସ । ଏନେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଛି ଦଳ । ଅଧିକ ପଢନ୍ତୁ...

ବାଂଲାଦେଶରେ ମୋଦିଙ୍କ ଆଚାର ସହିଂତା ଉଲ୍ଲଂଘନ ! ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କଲା TMC
ବାଂଲାଦେଶରେ ମୋଦିଙ୍କ ଆଚାର ସହିଂତା ଉଲ୍ଲଂଘନ ! ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କଲା TMC

By

Published : Mar 30, 2021, 5:31 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ହଜମ କରିପାରୁନାହିଁ ତୃଣମୂଳ କଂଗ୍ରେସ । ବଙ୍ଗ ନିର୍ବାଚନ ଉପରେ ମୋଦିଙ୍କ ବାଂଲାଦେଶ ଗସ୍ତର ପ୍ରଭାବ ପଡୁଥିବା ଆଶଙ୍କା କରୁଛି ଟିଏମସି । ଏନେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଛି ଦଳ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତ ଅବସରରେ ଓରାକାଣ୍ଡିର ମତୁଆ ସମ୍ପ୍ରଦାୟ ମନ୍ଦିର ଦର୍ଶନକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ । ଟିଏମସିର ଅଭିଯୋଗ ଅନୁଯାୟୀ, ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଟିଏମସି ।

ମାର୍ଚ୍ଚ 26ରେ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତରେ ଥିଲେ । ଏହି ଅବସରରେ ସେ ମତୁଆ ସମ୍ପ୍ରଦାୟ ମନ୍ଦିର ଓରାକାଣ୍ଡିର ଦର୍ଶନ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ପିଏମ ମୋଦି ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତୁଆ ସମ୍ପ୍ରଦାୟର ବେଶ ଚର୍ଚ୍ଚ ରହିଛି । କାରଣ ଗଣତନ୍ତ୍ରର ଖେଳରେ ନମ୍ବର ଗେମ ବହୁତ ମହତ୍ବ ରଖେ । ଆଉ ଏହି ଅଙ୍କ ଖେଳ ମତୁଆ ସମ୍ପ୍ରଦାୟ ସହିତ ଜଡିତ । କାରଣ ପଶ୍ଚିମବଙ୍ଗରେ ମୋଟ ମତଦାତା ସଂଖ୍ୟାର 17 ପ୍ରତିଶତ ହେଉଛି ମତୁଆ ସମ୍ପ୍ରଦାୟ । ଆଉ ଏହି 17 ପ୍ରତିଶତ ଭୋଟ ସେୟାର ନିର୍ବାଚନୀ ଗଣିତରେ ମହତ୍ବ ରଖୁଥିବାରୁ ଏହି ସମ୍ପ୍ରଦାୟ ଉପରେ ବିଜେପିର ଫୋକସ ରହିଛି ।

ABOUT THE AUTHOR

...view details