ଓଡିଶା

odisha

ETV Bharat / bharat

ଆଜି ଡାକ୍ତରଙ୍କୁ ସମ୍ବୋଧନ କରିବେ ମୋଦି

ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ...

By

Published : Jul 1, 2021, 6:57 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:ଆଜି ଜାତୀୟ ଡାକ୍ତର ଦିବସ । ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ଡାକ୍ତରଙ୍କ ଅବଦାନକୁ ସଲାମ କରି ପ୍ରତିବର୍ଷ ଜୁଲାଇ 1 ତାରିଖକୁ ଡାକ୍ତର ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୋଦି ।

ସେ ଆହୁରି କହିଛନ୍ତି, କୋଭିଡ-19 ସହ ଲଢିଥିବା ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ଭାରତ ଗର୍ବିତ । ଡାକ୍ତର ଦିବସରେ ଅପରାହ୍ନ 3ଟାରେ ସେମାନଙ୍କୁ ସମ୍ବୋଧନ କରିବା ନେଇ ସୂଚନା ଦେଇଛନ୍ତି ମୋଦି । ଡାକ୍ତରମାନଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆଜି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳନ ହେବାର କାର୍ଯ୍ୟକ୍ରମ ରହିଛି ।

ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ । ଅବିଶ୍ରାନ୍ତ ଭାବେ ରୋଗୀ ସେବାରେ ଲାଗି ରହିଥିବା ଡାକ୍ତମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରକ୍ଷା ପାଇଁ 1991ରେ ଏବି ଦିବସ ପାଳନ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details