ନୂଆଦିଲ୍ଲୀ:ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ନିର୍ମିତ ଜାତୀୟ ସଙ୍କେତ (ଅଶୋକ ସ୍ତମ୍ଭ)କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶାଳ ଜାତୀୟ ସ୍ତମ୍ଭ ସମ୍ପୂର୍ଣ୍ଣ ବ୍ରୋଞ୍ଜରେ ନିର୍ମିତ ହୋଇଛି । ଆଜି ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।
ନୂଆ ସଂସଦ ଭବନରେ ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ
ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ପରେ ସ୍ତମ୍ଭ ଚତୁଃପାର୍ଶ୍ବ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପୁରୁଣା ତଥା ବର୍ତ୍ତମାର ସଂସଦ ଭବନର ଠିକ ନିକଟରେ ଏହି ନୂତନ ତଥା ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ କରାଯାଉଛି । ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ଗୃହ ଭାବେ ଏହା ଭାରତର ଗାରିମା ବଢାଇବ । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ