ଓଡିଶା

odisha

ମୋରବିରେ 108 ଫୁଟ ଉଚ୍ଚତାର ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ମୋଦି

ଆଜି (ଶନିବାର) ଗୁଜୁରାଟର ମୋରବିରେ 108 ଫୁଟ ଉଚ୍ଚତାର ହନୁମାନଙ୍କ ମୂର୍ତ୍ତିକୁ ଉନ୍ମୋଚନ କଲେ ମୋଦି । ଅଧିକ ପଢ଼ନ୍ତୁ

By

Published : Apr 16, 2022, 7:52 AM IST

Published : Apr 16, 2022, 7:52 AM IST

Updated : Apr 16, 2022, 12:08 PM IST

pm modi to unveil 108 feet statue of lord hanuman in morbi today
ମୋରବିରେ 108 ଫୁଟ ଉଚ୍ଚତାର ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ:ଆଜି (ଶନିବାର) ଗୁଜୁରାଟର ମୋରବିରେ 108 ଫୁଟ ଉଚ୍ଚତାର ହନୁମାନଙ୍କ ମୂର୍ତ୍ତିକୁ ଉନ୍ମୋଚନ କଲେ ମୋଦି । ହନୁମାନ ଜନ୍ମ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂରେ ଉନ୍ମୋଚନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶବାସୀଙ୍କୁ ହନୁମାନ ଜନ୍ମୋତ୍ସବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ପ୍ରଭୁ ହନୁମାନ ନିଜ ଭକ୍ତି ଆଉ ପ୍ରେରଣାରେ ସଭିଙ୍କୁ ବାନ୍ଧି ରଖିଛନ୍ତି । ସମସ୍ତ ତାଙ୍କଠାରୁ ପ୍ରେରଣା ପାଇଥାଏ । ହନୁମାନ ଜଣେ ଏଭଳି ଶକ୍ତି ଏବଂ ସମ୍ବଳ ଅଟନ୍ତି ଯିଏ, ସମସ୍ତ ବନବାସୀ ପ୍ରଜାତିକୁ ମାନ ସମ୍ମାନର ଅଧିକାର ଦେଇଛନ୍ତି । ତେଣୁ ସେ ଶ୍ରେଷ୍ଠ ଭାରତର ପ୍ରମୁଖ ସୂତ୍ର ଅଟନ୍ତି ବୋଲି ମୋଦି ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।

ପ୍ରଭୁ ହନୁମାନଙ୍କ ଚାରିଧାମ ପ୍ରକଳ୍ପର ଏକ ଅଂଶ ଭାବରେ ଦେଶର ଚାରି ଦିଗରେ 4ଟି ମୂର୍ତ୍ତି ସ୍ଥାପନ ହେବ । ସେଥିମଧ୍ୟରୁ ଏହା ଦ୍ବିତୀୟ ମୂର୍ତ୍ତି ଅଟେ । ଦେଶର ପଶ୍ଚିମ ଦିଗରେ ତଥା ମୋରବିର ବାପୁ କେଶବାନନ୍ଦଙ୍କ ଆଶ୍ରମରେ ଉକ୍ତ ମୂର୍ତ୍ତି ସ୍ଥାପନ ହୋଇଛି । ଏହି ପ୍ରକଳ୍ପର ପ୍ରଥମ ମୂର୍ତ୍ତିଟି ଉତ୍ତରରେ 2010ରେ ସିମଲାରେ ସ୍ଥାପନ ହୋଇଥିଲା ଏବଂ ଦକ୍ଷିଣରେ ରାମେଶ୍ବରମଠାରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତିର କାର୍ଯ୍ୟ ଆରମ୍ଭ ହୋଇଛି।

Last Updated : Apr 16, 2022, 12:08 PM IST

For All Latest Updates

TAGGED:

ABOUT THE AUTHOR

...view details