ଓଡିଶା

odisha

By

Published : Mar 29, 2022, 10:52 AM IST

ETV Bharat / bharat

PMAY-G: ମଧ୍ୟପ୍ରଦେଶରେ ୫.୨୧ ଲକ୍ଷ ପରିବାର ପାଇବେ ଘର, ସାମିଲ ହେବେ ମୋଦି

ଆଜି ମଧ୍ୟପ୍ରଦେଶର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୫ ଲକ୍ଷ ୨୧ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୋଦି । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ:ଆଜି ମଧ୍ୟପ୍ରଦେଶର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୫ ଲକ୍ଷ ୨୧ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ମୋଦି । ଅପରାହ୍ନ ୧୨ଟା ୩୧ରେ ଭିଡିଓ କନଫରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଲୋକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ଦେଶର ପ୍ରତିଟି ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ନିରନ୍ତର ପ୍ରୟାସ । ଏହି କାର୍ଯ୍ୟ ମଧ୍ୟପ୍ରଦେଶରେ ନୂତନ ଗୃହରେ ଶଙ୍ଖ, ଦୀପ, ଫୁଲ ଏବଂ ରଙ୍ଗୋଲି ସହିତ ପାରମ୍ପରିକ ଉତ୍ସବ ପାଳନ କରାଯିବ । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ମଧ୍ୟପ୍ରଦେଶରେ ମୋର ଗ୍ରାମୀଣ ଭାଇ ଭଉଣୀଙ୍କ ଜୀବନରେ ଏକ ନୂଆ ସକାଳ ଆସିବ । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୫ ଲକ୍ଷ ପରିବାର ଗୃହ ପ୍ରବେଶ କରିବେ । ମୋତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ଶୁଭ ଅବସର ମିଳିବ ବୋଲି କହିଛନ୍ତି ମୋଦି ।

ମଧ୍ୟପ୍ରଦେଶରେ PMAY-G ର କାର୍ଯ୍ୟକାରିତା ଅନେକ ଅନନ୍ୟ ତଥା ଅଭିନବ ପଦକ୍ଷେପକୁ ପ୍ରମାଣିତ କରିଛି । ଏହାଛଡା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସାମଗ୍ରୀ ଦେବା ଏବଂ ବିଭିନ୍ନ ବ୍ୟବସାୟ ପାଇଁ କମ ସୁଧରେ ଋଣ ଯୋଗାଇ ଦେବା । ପ୍ରକଳ୍ପର ଉତ୍ତମ କାର୍ଯ୍ୟକାରିତା ଏବଂ ମନିଟରିଂ ପାଇଁ ଟେକ୍ନୋଲୋଜି ଯୋଗାଇଦେବା ଭଳି କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

...view details