ଓଡିଶା

odisha

ETV Bharat / bharat

ଆଜି ପନ୍ଧରପୁର ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୋଦି

ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସନ୍ଥ ଦୀନଶେଶ୍ବର ମହାରାଜ ପାଲଖି ମାର୍ଗ (NH-965)ର ଚାରି ଲେନ ବିଶିଷ୍ଟ ପାଞ୍ଚଟି ବିଭାଗ ଏବଂ ତିନି ଲେନ ବିଶିଷ୍ଟ ଶ୍ରୀ ସନ୍ଥ ତୁକୁରାମ ମହାରାଜ ପାଲଖି ମାର୍ଗ (NH-965G)ର ଚାରି ଭାଗ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Nov 8, 2021, 11:02 AM IST

ନୂଆଦିଲ୍ଲୀ: ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସନ୍ଥ ଦୀନଶେଶ୍ବର ମହାରାଜ ପାଲଖି ମାର୍ଗ (NH-965)ର ଚାରି ଲେନ ବିଶିଷ୍ଟ ପାଞ୍ଚଟି ବିଭାଗ ଏବଂ ତିନି ଲେନ ବିଶିଷ୍ଟ ଶ୍ରୀ ସନ୍ଥ ତୁକୁରାମ ମହାରାଜ ପାଲଖି ମାର୍ଗ (NH-965G)ର ଚାରି ଭାଗ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଭିଡିଓ କନଫରନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ । ଅପରାହ୍ନ ୩ଟ ୩୦ରେ ଭିତ୍ତି ପ୍ରସ୍ତର କାର୍ଯ୍ୟ ଆରମ୍ଭ ହେବ ।

ଏହି ବିକାଶମୂଳକ କାର୍ଯ୍ୟ ସନ୍ଥ ତୁକାରାମ ସନ୍ଥ ଦୀନଶେଶ୍ବର ସହ ଜଡିତ ପାନ୍ଧରପୁରକୁ ତୀର୍ଥଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ଯୋଗାଇ ଦେବ । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ପାଲକି ବ୍ୟବସ୍ଥା କରାଯିବ ଯାହା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିବୃତ୍ତିରୁ ସୂଚନା ମିଳିଛି ।

ଦିଭେଘାଟରୁ ମୋହୋଲ ପର୍ଯ୍ୟନ୍ତ ପ୍ରାୟ 221 କିଲୋମିଟର ସନ୍ଥ ଦନେଶ୍ବର ମହାରାଜ ପାଲକି ମାର୍ଗ ଏବଂ ପାଟାସରୁ ଟୋଣ୍ଡାଲ-ବଣ୍ଡଲେ ପର୍ଯ୍ୟନ୍ତ ପ୍ରାୟ 130 କିଲୋମିଟର ସାନ୍ଥ ତୁକାରାମ ମହାରାଜ ପାଲକି ମାର୍ଗ ଯଥାକ୍ରମେ 6690 କୋଟିରୁ ଅଧିକ ଏବଂ ପ୍ରାୟ 4400 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । 223 କିଲୋମିଟରରୁ ଅଧିକ ସଂପୂର୍ଣ୍ଣ ତଥା ନବୀକରଣ ହୋଇଥିବା ସଡକ ପ୍ରକଳ୍ପ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦି । ଯାହା ପନ୍ଧରପୁର ସହ ସଂଯୋଗ ବୃଦ୍ଧି କରିବ 1180 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ପ୍ରକଳ୍ପଗୁଡ଼ିକରେ ମହାୱାଦ୍-ପିଲିଭ-ପନ୍ଧରପୁର (NH 548E), କୁର୍ଦ୍ଦୱାଡି- ପନ୍ଧରପୁର (NH 965C), ପନ୍ଧରପୁର - ସାଙ୍ଗୋଲା (NH 965C), NH 561A ର ତେମଭୁରନି-ପନ୍ଦରପୁର ବିଭାଗ ଏବଂ ପନ୍ଦରପୁର - ମଙ୍ଗଲୱେଡା - ଉମାଡି ବିଭାଗର ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି ।

@ANI

ABOUT THE AUTHOR

...view details