ଓଡିଶା

odisha

ETV Bharat / bharat

ଆଜି CVCଙ୍କ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲର ଶୁଭାରମ୍ଭ କରିବେ ମୋଦି

ଆଜି ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ସିଭିସିଙ୍କ ଅଭିଯୋଗ ପରିଚାଳନା ବ୍ୟବସ୍ଥା ପୋର୍ଟାଲର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

By

Published : Nov 3, 2022, 7:10 AM IST

ଆଜି ସିଭିସିଙ୍କ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲର ଶୁଭାରମ୍ଭ କରିବେ ମୋଦି
ଆଜି ସିଭିସିଙ୍କ ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(CVC)ଙ୍କ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଭିସିଙ୍କ ନୂତନ 'ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ'(Complaint Management System portal)ର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗର ସ୍ଥିତି ଉପରେ ନିୟମିତ ଭାବେ ସୂଚନା ପ୍ରଦାନ ପାଇଁ ଏହି ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲର ପରିକଳ୍ପନା କରାଯାଇଛି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଏଥିକ୍ସ ଓ ଗୁଡ୍ ପ୍ରାକ୍ଟିସ ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ । ଜୀବନର ପ୍ରତିଟି କ୍ଷେତ୍ରରେ ସାଧୁତାର ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକାଠି କରିବା ନିମନ୍ତେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(CVC) ପ୍ରତିବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ: ଓଡିଶା ଉପକୂଳରୁ ବାଲିଷ୍ଟିକ ମିସାଇଲ ଇଣ୍ଟରସେପ୍ଟରର ସଫଳ ଫ୍ଲାଇଟ ଟେଷ୍ଟ

ଚଳିତ ବର୍ଷ ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ଯାଏଁ ଏହି ସଚେତନତା ସପ୍ତାହ ପାଳନ କରାଯିବ । ତେବେ ଏଥର ଏହି ସପ୍ତାହର ବିଷୟବସ୍ତୁ 'ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ' ରହିଛି । ଏହି ବିଷୟବସ୍ତୁ ଉପରେ ସିଭିସିଙ୍କ ଦ୍ବାରା ଦେଶବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତା ପରିଚାଳିତ ହୋଇଛି । ଏହି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ ।

ABOUT THE AUTHOR

...view details