ଓଡିଶା

odisha

ETV Bharat / bharat

ଆତ୍ମନିର୍ଭର ଭାରତ ସ୍ବୟଂପୂର୍ଣ୍ଣା ଗୋଆ କାର୍ଯ୍ୟକ୍ରମ, ହିତାଧିକାରୀଙ୍କ ସହ କଥା ହେବେ ମୋଦି

'ଆତ୍ମନିର୍ଭର ଭାରତ ସ୍ବୟଂପୂର୍ଣ୍ଣା ଗୋଆ କାର୍ଯ୍ୟକ୍ରମ'ର ହିତାଧିକାରୀଙ୍କ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି 'ଆତ୍ମନିର୍ଭର ଭାରତ  ସ୍ବୟଂପୂର୍ଣ୍ଣା ଗୋଆ  କାର୍ଯ୍ୟକ୍ରମ'ର ହିତାଧିକାରୀଙ୍କ ସହ କଥା ହେବେ ମୋଦି
ଆଜି 'ଆତ୍ମନିର୍ଭର ଭାରତ ସ୍ବୟଂପୂର୍ଣ୍ଣା ଗୋଆ କାର୍ଯ୍ୟକ୍ରମ'ର ହିତାଧିକାରୀଙ୍କ ସହ କଥା ହେବେ ମୋଦି

By

Published : Oct 23, 2021, 7:06 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆତ୍ମନିର୍ଭର ଭାରତ ସ୍ବୟଂପୂର୍ଣ୍ଣା ଗୋଆ କାର୍ଯ୍ୟକ୍ରମ'ର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେସିଂ ଜରିଆରେ ଆଜି ଦିନ ୧୧ଟା ସମୟରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ରହିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବୟଂପୂର୍ଣ୍ଣା ଗୋଆ କାର୍ଯ୍ୟକ୍ରମ ଅକ୍ଟୋବର ୧ , ୨୦୨୦ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅଧିନରେ ଜଣେ ସରକାରୀ କର୍ମଚାରୀଙ୍କୁ ସ୍ବୟଂପୂର୍ଣ୍ଣା ମିତ୍ର ଭାବରେ ନିଯୁକ୍ତ କରାଯାଇଛି, ଯିଏ ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତ କିମ୍ବା ପୌରପାଳିକା ପରିଦର୍ଶନ କରି ଲୋକଙ୍କ ସହଯୋଗ କରୁଛନ୍ତି । ଏଥିସହ ଏକାଧିକ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଏବଂ ସୁବିଧା ଉପଲବ୍ଧ କରାଇଥାନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହେବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details