ଓଡିଶା

odisha

ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ - ସଂନ୍ଧ୍ୟା 7ଟାରେ ହେବ କାର୍ଯ୍ୟକ୍ରମ

ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପରୀକ୍ଷା ପେ ଚର୍ଚ୍ଚା' 2021 କାର୍ଯ୍ୟକ୍ରମରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟା 7ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Apr 7, 2021, 7:39 AM IST

ନୂଆଦିଲ୍ଲୀ: ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପରୀକ୍ଷା ପେ ଚର୍ଚ୍ଚା' 2021 କାର୍ଯ୍ୟକ୍ରମରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟା 7ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏକ ନୂତନ ପ୍ରଣାଳୀ, ବିଭିନ୍ନ କୌତୁହଳପୂର୍ଣ୍ଣ ପ୍ରଶ୍ନ ଓ ବିଷୟବସ୍ତୁକୁ ନେଇ ଆମ ସାହାସୀ ପରୀକ୍ଷା ଯୋଦ୍ଧା, ଅଭିଭାବକ ଓ ଶିକ୍ଷକଙ୍କ ସହିତ ଆଲୋଚାନା କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମୋଦି । ଏହି ଚତୁର୍ଥ ସଂସ୍କରଣ ଆଲୋଚନା କାର୍ଯ୍ୟକ୍ରମରେ ପିଲାମାନେ କିପରି ପରୀକ୍ଷାକୁ ସାମ୍ନା କରିବେ ସେ ନେଇ ପିଲାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ମୋଦି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ମଙ୍ଗଳବାର କହିଛନ୍ତି ଲକ୍ଷ ଲକ୍ଷ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସିଧାସଳଖ ଭାବେ ଯୋଡି ହୋଇ ପରୀକ୍ଷାକୁ ବିନା ଭୟରେ କିପରି ସାମ୍ନା କରିବେ ସେ ନେଇ ବିଭିନ୍ନ ପ୍ରଶ୍ନ ସହିତ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି । ପାଖାପାଖି 14ଲକ୍ଷରୁ ଅଶଂଗ୍ରହଣକାରୀ 'ପରୀକ୍ଷା ପେ ଚର୍ଚ୍ଚା' 2021ରେ ଭାଗ ନେବେ । ସେମାନଙ୍କ ଭିତରେ 10.5ଲକ୍ଷ ଛାତ୍ରଛାତ୍ରୀ, 2.6ଲକ୍ଷ ଶିକ୍ଷକ ଓ 92ହଜାର ଅଭିଭାବକ ଅଛନ୍ତି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଥମଥର ପାଇଁ 81ଟି ବାହାର ଦେଶର ଛାତ୍ରଛାତ୍ରୀ 'ପରୀକ୍ଷା ପେ ଚର୍ଚ୍ଚା' ସୃଜନଶୀଳ ଲେଖାରେ ଭାଗ ନେବେ ।

ସେ ଆହୁରି କହିଛନ୍ତି ବିଶ୍ବରେ 'ପରୀକ୍ଷା ପେ ଚର୍ଚ୍ଚା' ଏକ ଅନ୍ୟନ୍ୟ କାର୍ଯ୍ୟକ୍ରମ ଯେଉଁଠାରେ ପ୍ରଧାନମନ୍ତ୍ରୀ ଦେଶର ଯେ କୌଣସି ସ୍ଥାନରୁ କୋଟି କୋଟି ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଯୋଡି ହୋଇପାରିବେ । ଜୀବନରେ ପ୍ରତିଟି ମୂହୂର୍ତ୍ତରେ ପରୀକ୍ଷା ଆସେ । ହେଲେ ବୋର୍ଡ ପରୀକ୍ଷା ପାଇଁ ପିଲାଙ୍କ ମନରେ ଭୟ ଥାଏ । ଏହି ଭୟକୁ ମନରୁ ଦୂର କରି ପିଲାଙ୍କୁ ପରୀକ୍ଷାର ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ।

ଅନେକ ସମୟରେ ଆମ ମନକୁ ଆସେ ଜଣେ କିପରି ବିନା ଚିନ୍ତାରେ ବିନା ଭୟରେ ଏକ ଚିନ୍ତାମୁକ୍ତ ପରୀକ୍ଷା ଦେବ । ପରୀକ୍ଷା ଯୁଦ୍ଧରେ ବିଜୟୀ ହେବାକୁ ହେଲେ ବିନା ଭୟରେ ପରୀକ୍ଷା ଦେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଆଜି 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ସଂନ୍ଧ୍ୟା 7ଟାରେ ସ୍ବୟଂମ ପ୍ରଭା ସହିତ ଦୂରଦର୍ଶନ ଓ ବିଭିନ୍ନ ସରକାରୀ ପ୍ଲାର୍ଟଫର୍ମରେ ସିଧାପ୍ରସାରଣ ହେବ ।

@ANI

ABOUT THE AUTHOR

...view details