ଓଡିଶା

odisha

ଆଜି ୱାଲ୍ଡ ଫୁଡ ଇଣ୍ଡିଆ 2023ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ୱାଲ୍ଡ ଫୁଡ ଇଣ୍ଡିଆ ଦ୍ବିତୀୟ ସଂସ୍କରଣର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ଭାରତ ମଣ୍ଡପମରେ ଏହି ମେଗା ଇଭେଣ୍ଟ କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 3, 2023, 9:09 AM IST

Published : Nov 3, 2023, 9:09 AM IST

Updated : Nov 3, 2023, 9:15 AM IST

ୱାଲ୍ଡ ଫୁଡ ଇଣ୍ଡିଆ 2023ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
world food india

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ୱାଲ୍ଡ ଫୁଡ ଇଣ୍ଡିଆ ଦ୍ବିତୀୟ ସଂସ୍କରଣର ଉଦଘାଟନ କରିବେ । ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମରେ ଏହି ମେଗା ଇଭେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ 10ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବାକୁ 1 ଲକ୍ଷରୁ ଅଧିକ ଏସଏଚଜି ସଦସ୍ୟଙ୍କୁ ସହୟତା ରାଶି ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ଜରିଆରେ 1 ଲକ୍ଷରୁ ଅଧିକ ଏସଏଚଜି ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯିବ । ଏହା SHG ଗୁଡିକୁ ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ଉତ୍ପାଦନ ମାଧ୍ୟମରେ ବଜାରରେ ଉଚିତ ମୂଲ୍ୟ ଦେବାରେ ସହାୟକ ହେବ । ଏହା ସହିତ ପ୍ରଧାନମନ୍ତ୍ରୀ ୱାଲ୍ଡ ଫୁଡ ଇଣ୍ଡିଆର ଅଂଶ ଭାବେ ଫୁଡ ଷ୍ଟ୍ରିଟର ଉଦଘାଟନ କରିବେ ।

ଏଥିରେ 200ରୁ ଅଧିକ ସେଫ୍ ଅଂଶଗ୍ରହଣ କରିବେ । ଏଥିରେ ସ୍ଥାନୀୟ ଓ ରାଜକୀୟ ଖାଦ୍ୟ ପ୍ରଦର୍ଶିତ ହେବ । ଏଥିରେ ଅଂଶଗ୍ରହଣ କରିଥିବା ସେଫ ନିଆରା ଅନୁଭୂତି ସାଉଁଟିବେ । ଏଥିରେ ପାରମ୍ପରିକ ଭାରତୀୟ ବ୍ୟଞ୍ଜନକୁ ନିଆରା ଢଙ୍ଗରେ ପ୍ରଦର୍ଶିତ କରାଯିବ । ଭାରତକୁ ବିଶ୍ବର ଫୁଡ ବାସ୍କେଟ 'Food basket of the world' ଭାବେ ପ୍ରଦର୍ଶନ କରିବା ସହ 2023ରୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହା ସରକାରୀ ସଂସ୍ଥା, ଶିଳ୍ପ, ଚାଷୀ, ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ହିତାଧୀକାରୀଙ୍କୁ ବ୍ୟବସାୟ ଓ ନେଟୱାର୍କିଂ ନେଇ ପ୍ଲାଟଫର୍ମ ଯୋଗାଇବ । ଏହି କାର୍ଯ୍ୟକ୍ରମରେ ପୁଞ୍ଜି ବିନିଯୋଗ ଓ ଇଜ ଅଫ୍ ଡୁଇଙ୍ଗ ବିଜନେସ ନେଇ ସିଇଓଙ୍କ ମଧ୍ୟରେ ବୈଠକ ହେବ ।

ଏହା ବି ପଢନ୍ତୁ...ଯଦି WTO ଚାହେଁ, ବିଶ୍ବକୁ ଖାଦ୍ୟ ସାମଗ୍ରୀ ଯୋଗାଇବ ଭାରତ: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Agartala-Akhaura Rail link: ‘ଭାରତ-ବାଂଲାଦେଶ ସମ୍ପର୍କ ନିରନ୍ତର ନୂଆ ଶିଖର ଛୁଇଁଛି’

ଆର୍ଥିକ ସଶକ୍ତିକରଣ, ଗୁଣବତ୍ତା ନିଶ୍ଚିତତା, ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିତ୍ୟାରେ ନୂତନତ୍ବ ଉପରେ ଗୁରୁତ୍ବ ଦିଆଯିବ । ଖାଦ୍ୟ ପ୍ରକ୍ରିୟାକରଣର ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ଏହି କାର୍ଯ୍ୟକ୍ରମରେ 48ଟି ଅଧିକବେଶନ ଆୟୋଜିତ ହେବ । ଇଣ୍ଡିଆନ ଫୁଡ ପ୍ରୋସେସିଙ୍ଗ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରସ୍ତୁତ କମ୍ପାନୀମାନଙ୍କର ସିଇଓଙ୍କ ସମେତ 80ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟର ସୁବିଧା ରହିବ । ଏହା ସହିତ 80ରୁ ଅଧିକ ଦେଶରୁ 1200ରୁ ଅଧିକ ବିଦେଶୀ କ୍ରେତା ସାମିଲ ହେବେ । ନେଦରଲାଣ୍ଡସ ଅଂଶୀଦାରୀ ଦେଶ ଭାବେ କାର୍ଯ୍ୟ କରିବ । ସେହିପରି ଏହି କାର୍ଯ୍ୟକ୍ରମରେ ଜାପାନ ଉପରେ ଫୋକସ ରହିବ ।

Last Updated : Nov 3, 2023, 9:15 AM IST

ABOUT THE AUTHOR

...view details