ଲକ୍ଷ୍ନୌ:ଆସନ୍ତାବର୍ଷ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ । ଏନେଇ ବିଜେପି ଗଡ ରକ୍ଷା କରିବା ପାଇଁ ୟୁପିବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛି । ରାଜ୍ୟ ସରକାର ମାଗଣା ଓ୍ବାଇଫାଇ ସେବା ଯୋଗାଉ ଥିବାକୁ ଘୋଷଣା କରିଥିବା ବେଳେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏକାସାଙ୍ଗରେ ୯ଟି ମେଡିକାଲ କଲେଜକୁ ଉଦଘାଟନ କରାଯିବ । ଯାହା ଇତିହାସରେ ରାଜ୍ୟ ପାଇଁ ପ୍ରଥମ ବୋଲି କୁହାଯାଇପାରିବ । ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ୯ଟି ମେଡିକାଲ କଲେଜର ଉଦଘାଟନ କରିବେ ।
UPକୁ କେନ୍ଦ୍ରର ଭେଟି: ୯ଟି ମେଡିକାଲ କଲେଜର ହେବ ଉଦଘାଟନ - ପ୍ରଧାନମନ୍ତ୍ରୀ
ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ୯ଟି ମେଡିକାଲ କଲେଜର ଉଦଘାଟନ କରିବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀ ସିଦ୍ଧାର୍ଥନଗର ଜିଲ୍ଲାରୁ ଏହି କଲେଜଗୁଡ଼ିକର ଉଦଘାଟନ କରିବେ । ଦିଓରିଆ, ଏଟାହ, ଫତେହପୁର, ହାରଦୋଇ, ପ୍ରତାପଗଡ, ଗାଜିପୁର, ଜୈନପୁର, ମିର୍ଜାପୁର, ସିଦ୍ଧାର୍ଥନଗର ଜିଲ୍ଲାରେ ମେଡିକାଲ କଲେଜ ଗୁଡିକ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ କୋରୋନା ସ୍ଥିତିର ସମୀକ୍ଷା ବୈଠକ ଚାଲିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଠିକ୍ ସମୟରେ ଶେଷ ହେବା ଉଚିତ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖି ଏହି ନଅଟି ମେଡିକାଲ କଲେଜ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ବିବୃତ୍ତିରେ କୁହାଯାଇଛି।