ନୂଆଦିଲ୍ଲୀ:ଚଳିତ ମାସ 28 ତାରିଖରେ ପୁଣି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ କାନପୁର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟକ୍ଷମ ଅଂଶକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାସହ ପ୍ରଧାନମନ୍ତ୍ରୀ ବିନା-ପାଙ୍କି ମଲ୍ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ । ପରେ IIT କାନପୁରରେ ଆୟୋଜିତ 54ତମ ସମ୍ମିଳନୀ ସମାରୋହରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ କୁହାଯାଇଛି, ସହରାଞ୍ଚଳର ଗତିଶୀଳତାକୁ ସୁଦୃଢ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଭିଜନ ରହିଛି । କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇଥିବା ଅଂଶର ଉଦଘାଟନ ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ଅଟେ । ଏହି ପ୍ରକଳ୍ପ ମୋଟ ୩୨ କିମି ବିଶିଷ୍ଟ ହୋଇଥିବାବେଳେ ଏବେ ସୁଦ୍ଧା ଆଇଆଇଟି କାନପୁରରୁ ମୋତିଜେଲ ପର୍ଯ୍ୟନ୍ତ ୯ କିମି ପ୍ରକଳ୍ପ ଶେଷ ହେବା ସହ ମେଟ୍ରୋ ଚଳାଚଳ ଯୋଗ୍ୟ ହୋଇସାରିଛି ।