ଓଡିଶା

odisha

New Parliament Building: 28ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

By

Published : May 18, 2023, 9:58 PM IST

28 ତାରିଖରେ ଲୋକାର୍ପିତ ହେବ ନୂଆ ସଂସଦ ଭବନ । ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରିତ କଲେ ବାଚସ୍ପତି ଓମ ବିର୍ଲା । 2020 ଡିସେମ୍ବରରେ ହୋଇଥିଲା ନିର୍ମାଣ ଆରମ୍ଭ । ଅଧିକ ପଢନ୍ତୁ

New Parliament building: 28 ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
New Parliament building: 28 ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା28 ତାରିଖରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଗରିମାରେ ଯୋଡି ହେବ ଆଉ ଏକ ଫର୍ଦ୍ଦ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣ ହୋଇଥିବା ବହୁଚର୍ଚ୍ଚିତ ନୂତନ ସଂସଦ ଭବନକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଗୁରୁବାର) ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରିତ କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସର୍ବୋଚ୍ଚ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଏହି ସଂସଦ ନୂତନ ସୌଧ ଲୋକାର୍ପିତ ହେବାକୁ ଯାଉଛି । ଏହାକୁ ଏକବିଂଶ ଶତାବ୍ଦୀର ଆବଶ୍ଯକତା ଅନୁସାରେ ଅତ୍ୟାଧୁନିକ ଓ ଭବ୍ୟ ଭାବେ ନିର୍ମିତ କରାଯାଇଛି । ଏହା ସମଗ୍ର ବିଶ୍ବରେ ‘ଆତ୍ମନିର୍ଭର ଭାରତ’ର ଉଦାହରଣ ହେବାକୁ ଯାଉଥିବା ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି ।

2020 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି 4 ମହଲା ବିଶିଷ୍ଟ ଭବ୍ୟ ସୌଧର ନିର୍ମାଣ ପାଇଁ ମୋଟ 970 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଏକକାଳୀନ 1,224 ସାଂସଦଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା ରହିଛି । ସେହିପରି ଏଥିରେ ଏକ ଗ୍ରାଣ୍ଡ ସାମ୍ବିଧାନ ପ୍ରେକ୍ଷାଳୟ ମଧ୍ୟ ରହିଛି । ଏଥିରେ ଭାରତର ଗଣତନ୍ତ୍ରର ଐତିହ୍ୟ ପ୍ରତିଫଳିତ ହେବ । ସେହିପରି ଅଧିବେଶନ ଗୃହ ବ୍ୟତୀତ ଅନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ରହିଛି । ସାଂସଦଙ୍କ ପାଇଁ ଡାଇନିଂ ଓ ପାର୍କିର ବ୍ୟବସ୍ଥା ମଧ୍ୟ ଏହି ବିଲ୍ଡିଂ ପରିସରରେ ରଖାଯାଇଛି ।

ଉଭୟ ଗୃହରେ କାର୍ଯ୍ୟରତ ଷ୍ଟାଫଙ୍କ ପାଇଁ ମଧ୍ୟ ନୂତନ ଡ୍ରେସକୋଡର ବ୍ୟବସ୍ଥା କରାଯାଇଛି । ଏହି ଡ୍ରେସକୋଡ ଜାତୀୟ ଫ୍ୟାସନ ଟେକ୍ନୋଲୋଜି ପ୍ରତିଷ୍ଠାନ (NIFT) ଦ୍ବାରା ଡିଜାଇନ କରାଯାଇଛି । ଏହି ବିଶାଳ ଅଟ୍ଟାଳିକାରେ 3ଟି ପ୍ରବେଶ ପଥ ରହିଛି । ଏଗୁଡିକ ପାରମ୍ପରିକ ଭାବେ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ଭାବେ ନାମକରଣ କରାଯାଇଛି । ସାଂସଦ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଲାଗି ଭିନ୍ନ ଭିନ୍ନ ପ୍ରବେଶ ପଥର ବ୍ୟବହାର ହେବ ।

1927 ରେ ନିର୍ମାଣ ହୋଇଥିଲା ପୁରୁଣା ସଂସଦ ଭବନ । ଯାହା ଚଳିତ ଶତାବ୍ଦୀରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଏହି ପୁରାତନ ଐତିହାସିକ କୋଠାଟି ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ବ୍ୟବହାରକ୍ଷମ ହୋଇପାରୁନାହିଁ । କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ଏହି ନୂଆ ସଂସଦ ଭବନ ନିର୍ମାଣ କରାଯାଇଛି । ଦେଶ ଏବେ ଆଜାଦି କା ଅମୃତ କାଳ ପାଳନ କରୁଥିବା ବେଳେ ବିଶ୍ବର ପ୍ରମୁଖ ସଂସଦୀୟ ଗଣତନ୍ତ୍ର ଭାରତ ନୂତନ ସଂସଦ ଭବନ ଲୋକର୍ପିତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details