ନୂଆଦିଲ୍ଲୀ: ଆଜି ନବମ ଶିଖ ଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମ ବାର୍ଷିକୀ । ତାଙ୍କୁ ସ୍ମରଣ କରିବା ଉଦ୍ଦ୍ୟେଶରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ସାରା ହେବାରୁ ଥିବା କାର୍ଯ୍ୟକ୍ରମକୁ ନେଇ ଯୋଜନା କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ହୋଇଥିବା ବିବୃତ୍ତିରୁ ଜଣାପଡିଛି ।